pakka

ମୋଟର ପମ୍ପ ଚୋରି ଅଭିଯୋଗରେ ୩ ଗିରଫ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ଉଠା ଜଳସେଚନ ପ୍ରକଳ୍ପରେ ଚାଷ କାର୍ଯ୍ୟ ପାଇଁ ଲାଗିଥିବା ୪ ପାଣି ମୋଟର ପମ୍ପ ଚୋରି ଅଭିଯୋଗରେ ମଙ୍ଗଳବାର ୩ ଅଭିଯୁକ୍ତଙ୍କୁ କୋକସରା ପୁଲିସ କୋର୍ଟ ଚାଲାଣ କରିଛି ।

ସୂଚନା ଅନୁସାରେ କୋକସରା ଥାନା ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମର ଉଦ୍ଧବ ମେହେର ଗତ ୧୧ ତାରିଖରେ କୋକସରା ଥାନାରେ ନିଜ ଚାଷଜମିରୁ ମୋଟର ଚୋରି ନେଇ ଅଭିଯୋଗ କରିଥିଲେ । କୋକସରା ପୁଲିସ ଘଟଣାର ତଦନ୍ତ କରି ଚୋରି ଘଟଣାରେ ଖୁଣ୍ଟିଆ ଗ୍ରାମର ଉପେନ୍ଦ୍ର ପଟେଲ(୩୨), ମହେନ୍ଦ୍ର ପଟେଲ(୨୮) ଓ ଗୟଲ ଧରୁଆ(୪୦)ଙ୍କୁ ଗିରଫ କରିଛି । ଏ ନେଇ ଥାନାରେ ଏକ ମାମଲା ରୁଜୁ ହୋଇଛି । ତେବେ ଏହି ଚୋରି ଘଟଣାରେ ଦୁଇ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ନେଇ କୋକସରା ଥାନା ଅଧିକାରୀ ପ୍ରସନ୍ନ କୁମାର ବେହେରା ସୂଚନା ଦେଇଛନ୍ତି । ତେବେ କୋକସରା ବ୍ଲକରେ ମୋଟର ଚୋରି କରୁଥିବା ପଛରେ ଏକ ରାକେଟ ସକ୍ରିୟ ଥିବା ବେଳେ ମାଷ୍ଟର ମାଇଣ୍ଡ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପୁଲିସ ପକ୍ଷରୁ ତନାଘନା ଆରମ୍ଭ ହୋଇଛି ।

Leave A Reply

Your email address will not be published.

fifteen − twelve =