pakka

ଜଙ୍ଗଲ ନିଆଁ ଲିଭାଇବାକୁ ଯାଇଥିବା ବେଳେ ଜଳିଗଲା ଜିପ୍

ସୁନ୍ଦରଗଡ଼ : ଖରା ଆରମ୍ଭ ସହ ଏବେ ରାଜ୍ୟର ଏକାଧିକ ଜଙ୍ଗଲ ଜଳୁଛି । ଜଙ୍ଗଲ ନିଆଁକୁ ଲିଭାଇବାକୁ ଯାଇଥିବା ବନ ବିଭାଗର ଗାଡ଼ି ସେହି ଜଙ୍ଗଲ ନିଆଁରେ ଜଳି ଯାଇଛି । ଏଭଳି ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲାରେ । ସୂଚନା ଅନୁସାରେ ମଙ୍ଗଳବାର ଭବାନୀପୁର ଜଙ୍ଗଲରେ ନିଆଁ ଲାଗିଥିବା ଖବର ପାଇ ସଦର ରେଞ୍ଜ ବନ କର୍ମଚାରୀ ନିଆଁ ଲିଭାଇବାକୁ ଯାଇଥିଲେ । ନିଆଁ ଲିଭାଇବାକୁ ଗୋଟିଏ ଜିପ୍‌ରେ ବନ ବିଭାଗର ୬ କର୍ମଚାରୀ ଯାଇଥିଲେ । ଜଙ୍ଗଲ ଭିତରକୁ ଯିବା ପୂର୍ବରୁ ରାସ୍ତା କଡ଼ରେ ଜିପ୍‌କୁ ରଖିଥିଲେ । କିନ୍ତୁ ବନ କର୍ମଚାରୀ ଜଙ୍ଗଲ ଭିତରୁ ଫେରିବା ବେଳକୁ ଦେଖିଥିଲେ ଗାଡ଼ିରେ ନିଆଁ ଲାଗି ଯାଇଛି । ବନ ବିଭାଗର ଜିପଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଛି । ତେବେ ଏଥିରେ କେହି ମୃତାହତ ହୋଇ ନଥିବା ଜଣାପଡିଛି । ତେବେ ଶୁଖିଲା ପତ୍ର ଯୋଗୁଁ ନିଆଁ ଗାଡ଼ିରେ ଲାଗି ଯାଇଥିବା ଜଣେ ବନ କର୍ମଚାରୀ କହିଛନ୍ତି ।

Leave A Reply

Your email address will not be published.

3 × 3 =