pakka

ଆହତ ହରିଣକୁ ଉଦ୍ଧାର କରି ଚିକିତ୍ସା କଲା ବନବିଭାଗ

bbehera

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକସ୍ଥିତ ସାଲିମ, ମହୁପଦର ଆଦି ଜଙ୍ଗଲରେ କେନ୍ଦୁ, ମହୁଲ, ଟୋଲ ମଞ୍ଜି ସଂଗ୍ରହ ପାଇଁ ଓ ପୋଡ଼ୁ ଚାଷ ପାଇଁ କିଛି ଲୋକ ନିଆଁ ଲଗାଇ ଦେଇଥିଲେ । ସେହି ନିଆଁ ପ୍ରକୋପ ସହି ନପାରି ଗୋଟିଏ ହରିଣ ନିକଟସ୍ଥ କେନ୍ଦୁଗୁଡା ଗ୍ରାମକୁ ପଶିଆସିଥିଲା । ହଠାତ ହରିଣଟିକୁ ଗ୍ରାମବାସୀ ମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ । ମାଥିଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ନେତୃତ୍ୱରେ ବନକର୍ମଚାରୀ ସେଠାରେ ପହଞ୍ଚି ହରିଣକୁ ଉଦ୍ଧାର କରିଥିଲେ । ଉଦ୍ଧାର ହରିଣକୁ ମାଥିଲି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ହରିଣଟି ସାମାନ୍ୟ ଆହତ ହୋଇଥିବାରୁ ପ୍ରାଣୀ ଚିକିତ୍ସାଳୟକୁ ନେଇ ଚିକିତ୍ସା କରିଥିଲେ । ହରିଣଟିର ବୟସ ପ୍ରାୟ ୪ରୁ ୫ବର୍ଷ ହେବ । ସେ ସଂପୂର୍ଣ୍ଣ ସୁସ୍ଥ ହେବା ପରେ ତାକୁ ନିରାପଦରେ ନିକଟସ୍ଥ ଜଙ୍ଗଲରେ ଛଡ଼ାଯିବ । କେହି ଜଙ୍ଗଲ ରେ ନିଆଁ ଲଗାନ୍ତୁ ନାହିଁ, ଏହି ନିଆଁରେ ମୂଲ୍ୟବାନ ଔଷଧୟୀ ଗଛ ପୋଡି ଯିବା ସହିତ ଜଙ୍ଗଲର ପଶୁପକ୍ଷୀ ଓ ବନ୍ୟସମ୍ପଦ ନଷ୍ଟ ହେଉଛି ବୋଲି ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକ କହିଛନ୍ତି ।

jay balangir
Leave A Reply

Your email address will not be published.

13 + one =