ଜଙ୍ଗଲକୁ ନିଆଁରୁ ରକ୍ଷା କରିବା ପାଇଁ ସଚେତନତା ଶୋଭାଯାତ୍ରା

  • ପ୍ରାକୃତିକ କାରଣ ଅପେକ୍ଷା ମନୁଷ୍ୟକୃତ ଅଗ୍ନିକାଣ୍ଡ ଘଟଣା ଅଧିକ ବୋଲି ଚର୍ଚ୍ଚା

ଖପ୍ରାଖୋଲ, (ଅଶୋକ ବାଗ) : ବଲାଙ୍ଗିର ଜିଲ୍ଲା ହରିଶଙ୍କର ରେଞ୍ଜ ତରଫରୁ ଖପ୍ରାଖୋଲ ବନ ବିଭାଗ ରେଞ୍ଜ କାର୍ଯ୍ୟଳୟଠାରେ ବନାଗ୍ନି ସଚେତନତା କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲରେ ନିଆଁ ଲାଗେ ଏବଂ ତାହାକୁ ଆୟତ୍ତ କରିବାକୁ ପଡ଼େ । ଏଥିରେ ପ୍ରାକୃତିକ କାରଣ ଅପେକ୍ଷା ମନୁଷ୍ୟକୃତ ଅଗ୍ନିକାଣ୍ଡ ଘଟଣା ଅଧିକ ଥାଏ । ଏନେଇ ହରିଶଙ୍କର ବନାଞ୍ଚଳ ଅଧିକାରୀ ଗିରିଧାରୀ ନାଗଙ୍କ ନେତୃତ୍ୱରେ ଫୁଳୁକିମୁଣ୍ଡା ଓ ଝାକ୍ରିପାଲି ଗ୍ରାମର ମହିଳାମାରନଙ୍କୁ ନେଇ ସଚେତନତା ଶୋଭାଯାତ୍ରା ବାହାରି ନିଆଁ ଦାଉରୁ ଜଙ୍ଗଲ ଏବଂ ବନ୍ୟପ୍ରାଣୀ ସୁରକ୍ଷା ଉପରେ ସ୍ଲୋଗାନ ଦେଇ ଗାଁ ପରିକ୍ରମା କରିଥିଲେ । ତେବେ ଅଗ୍ନି ନିର୍ବାପନ ଓ ଜଙ୍ଗଲ ସୁରକ୍ଷା ଏକ ବିଭାଗୀୟ କାର୍ଯ୍ୟ । ଏଥିରେ ତ୍ରୁଟି ବା ଉଦାସୀନତା ରହିଲେ ଜଙ୍ଗଲ ସମ୍ପଦ ଓ ବନ୍ୟପ୍ରାଣୀ ବିଶେଷ ଭାବେ ପ୍ରଭାବିତ ହୋଇଥା’ନ୍ତି । ମନୁଷ୍ୟକୃତ ନିଆଁକୁ ଆୟତ୍ତ କରିବାକୁ ହେଲେ ପ୍ରଶାସନକୁ ସତର୍କ ରହିବାକୁ ପଡ଼ିବ ଏବଂ ଜଙ୍ଗଲ ବିଭାଗକୁ ଲୋକଙ୍କ ସହଯୋଗରେ ଏ କ୍ଷେତ୍ରରେ ସ୍ୱତନ୍ତ୍ର ଅଭିଯାନ ଗ୍ରହଣ କରିବାକୁ ପଡ଼ିବ । ଏହି ଅବସରରେ ବନପାଲ ଘାସିରାମ ଦୀକ୍ଷିତ, ସନ୍ଧ୍ୟାରାଣୀ ସେଠ, ବନରକ୍ଷୀ ମହେନ୍ଦ୍ର କାଲସାଏ, ସଞ୍ଜୀବ ପଧାନ, ମିଥୁନ ମିର୍ଦ୍ଧା, ରାଜେନ୍ଦ୍ର ଧରୁଆ, ଆମ ଜଙ୍ଗଲ ଯୋଜନା ଟିମ୍ ଲିଡର ପ୍ରହଲ୍ଲାଦ ମହାନନ୍ଦ, ଡିଓ ତହସିଲ ବାଗ ସମେତ ଏସ୍‌ଏଚ୍‌ଜି ଗୋଷ୍ଠୀର ମହିଳାମାନେ ସାମିଲ ହୋଇଥିଲେ । ସମାଜ ବିରୋଧୀ, ଜଙ୍ଗଲ ମାଫିଆ, କାଠଚୋର ଓ ଅସାମାଜିକ ତତ୍ତ୍ୱଙ୍କ ଉପରେ ସଚେତନତା ବାର୍ତ୍ତା କୌଣସି ପ୍ରଭାବ ପଡ଼େ ନାହିଁ । ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦରକାର ବୋଲି ସାଧାରଣ ମହଲରେ ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.

thirteen − 7 =