ରାସ୍ତାରେ ଯାଉଥିବା ବେଳେ ବସରୁ ବାହାରିଗଲା ଚକ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

କୋଣାର୍କ : ପୁରୀରୁ କୋଣାର୍କ ଅଭିମୁଖେ ପର୍ଯ୍ୟଟକ ବସ ଆସୁଥିବା ବେଳେ ରାସ୍ତାରେ ଗାଡିର ଚକ ବାହାରି ଯାଇଥିବା ଜଣାପଡିଛି । ତେବେ ଏକ ଦୁର୍ଘଟଣାରୁ ଅଳ୍ପକେ ଯାତ୍ରୀମାନେ ବର୍ତ୍ତିଯାଇଛନ୍ତି । ସୂଚନା ଅନୁସାରେ ଆନ୍ଧ୍ରର ଏକ ପର୍ଯ୍ୟଟକ ବସ ପୁରୀରୁ କୋଣାର୍କ ଅଭିମୁଖେ ଆସୁଥିଲା । କୋଣାର୍କ ଚନ୍ଦ୍ରଭାଗା ରାସ୍ତାରେ ବସ ପଛ ପଟରୁ ୪ଟି ଚକ ବାହାରକୁ ବାହାରି ଆସିଥିଲା । ଫଳରେ ଏଥିରେ ବସିଥିବା ପର୍ଯ୍ୟଟକମାନେ ଭୟଭୀତ ହୋଇପଡ଼ିଥିଲେ । ତେବେ ଏଥିରେ କେହି ଆହତ ହୋଇ ନାହାନ୍ତି । ବସରେ ଥିବା ପ୍ରାୟ ୫୦ ରୁ ଅଧିକ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

Leave A Reply

Your email address will not be published.

18 − thirteen =

error: Content is protected !!