pakka

ଲୋଇସିଂହାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଲୋଇସିଂହା ବ୍ଲକ ସଭାଗୃହରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାମାଜିକ କର୍ମୀ ଅରୁଣ ଖୁଆସ ଉପସ୍ଥିତ ବିଡିଓ, ସିଡିପିଓ, ସମସ୍ତ ସରପଂଚ, ଅଙ୍ଗନୱାଡି ସୁପରଭାଇଜରମାନଙ୍କୁ ସ୍ୱାଗତ ଜଣାଇ ଶିଶୁ ସୁରକ୍ଷା ଆଇନ ଓ ଶିଶୁ ସୁରକ୍ଷା ପାଇଁ ଜିଲ୍ଲାରେ ଚାଲିଥିବା ବ୍ୟବସ୍ଥା ସମ୍ପର୍କରେ ବିଷଦ୍‌ ଭାବରେ ବୁଝାଇ କହିଥିଲେ । ବିଡିଓ ଲୋଇସିଂହା ତାଙ୍କ ପରାମର୍ଶ ଛଳରେ କହିଥିଲେ ଯେ ଦେଶର ଭବିଷ୍ୟତ ଶିଶୁମାନଙ୍କୁ ସୁନାଗରିକ ଭାବେ ଗଢି ତୋଳିବା ପାଇଁ ଯାହା ସବୁ ବ୍ୟବସ୍ଥା ଅଛି ତାକୁ ସୁନିଶ୍ଚିତ କରିପାରିଲେ ଶିଶୁମାନଙ୍କର ସୁରକ୍ଷା ଆପେ ଆପେ ହୋଇପାରିବ । ସେହିଭଳି ପ୍ରଶିକ୍ଷକ ବିରଞ୍ଚି ବହିଦାର ବ୍ଲକସ୍ତରୀୟ ଶିଶୁ ସୁରକ୍ଷା କମିଟିର ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସମସ୍ତ ଅଂଶଗ୍ରହଣକାରୀଙ୍କୁ ବୁଝାଇଥିଲେ । ସିଡିପିଓ ଲୋଇସିଂହା ବ୍ଲକରେ ଚାଲିଥିବା ବାଲ୍ୟ ବିବାହ ମୁକ୍ତ ପଂଚାୟତ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି ବ୍ଲକକୁ ବାଲ୍ୟ ବିବାହ ମୁକ୍ତ ବ୍ଲକ ଭାବେ ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ରଖାଯିବ ବୋଲି କହିଥିଲେ । ପ୍ରଶିକ୍ଷଣ ଶେଷରେ ସୁପରଭାଇଜର ଶ୍ରୀମତୀ ମେହେର ଧନ୍ୟବାଦ ଦେଇଥିବା ବେଳେ ତାଲିମ ଶିବିରକୁ ଜିପିଇଓ ଲୋଇସିଂହା ପରିଚାଳନା କରିଥିଲେ ।

Leave A Reply

Your email address will not be published.

16 + 11 =