pakka

ଶ୍ରୀ ଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ସନାତନ ଧର୍ମ ସମ୍ମିଳନୀ, ବିଶ୍ୱଶାନ୍ତି ନାମ ଓ ମହାଯଜ୍ଞ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ଥାନୀୟ ଭଞ୍ଜଭବନ ନିକଟସ୍ଥ ଅଭିରାମ ପଲ୍ଲୀ ସ୍ଥିତ ଶ୍ରୀ ଶ୍ରୀ ଅଭିରାମ ଯୋଗାଶ୍ରମ ପକ୍ଷରୁ ଗତ ୧୦ ତାରିଖରୁ ଆରମ୍ଭ ହୋଇଥିବା ଆଶ୍ରମର ୩୬ତମ ବାର୍ଷିକୋତ୍ସବ ତଥା ଷୋଡଶତମ ପ୍ରତିଷ୍ଠା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ଆଶ୍ରମର ସଭାପତି ବାବାଜୀ ଶ୍ରୀ ସ୍ୱରୂପାନନ୍ଦ ଦାସମହାରାଜଙ୍କ ସଭାପତିତ୍ତତ୍ୱ ଓ ସାଧାରଣ ସଂପାଦକ ବୃନ୍ଦାବନ ଲେଙ୍କାଙ୍କ ଆବାହକତ୍ୱରେ ଆଶ୍ରମର ଉପଦେଷ୍ଟା ଆନନ୍ଦ ଚନ୍ଦ୍ର ମହାନ୍ତି, ବାବାଜୀ ଦେବାନନ୍ଦ ଦାସମହାରାଜ, ବାବା ଅଚୁତାନନ୍ଦ ଦାସମହାରାଜ, ବାବାଜୀ ଦତ୍ତାତ୍ରେୟ ଦାସମହାରାଜ ପ୍ରମୁଖ ଅତିଥି ତଥା ପ୍ରବଚକ ଭାବେ ଯୋଗଦେଇ କହିଲେ ଯେ ଆମ ରାଜ୍ୟ ତଥା ଦେଶର ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରା ସମଗ୍ର ବିଶ୍ୱରେ ଅନନ୍ୟ । ଆମ ସଂସ୍କୃତିର ମହନୀୟତାକୁ ଉପଲବ୍ଧି କରି ସାମାଜିକ ଏକତାକୁ ପରିପୃଷ୍ଟ କରିବା ଆବଶ୍ୟକ । ଏହି ଚାରି ଦିନିଆ କାର୍ଯ୍ୟକ୍ରମରେ ସନାତନ ଧର୍ମ ସମ୍ମଳନୀ, ବିଶ୍ୱଶାନ୍ତି ନାମଯଜ୍ଞ ସହ ବିଶ୍ୱଶାନ୍ତି ମହାଯଜ୍ଞ, ଅନ୍ୟାନ୍ୟ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସନାତନ ଧର୍ମ ସମ୍ମିଳନୀରେ ଉପରୋକ୍ତ ବାବାଜୀଙ୍କ ସମେତ ବଳରାମ ଦାସମହାରାଜ, ବାବାଜୀ ଜ୍ୟୋତିଶଙ୍କର ଦାସମହାରାଜ, ବାବାଜୀ ଦେବାନନ୍ଦ ଦାସମହାରାଜ ପ୍ରମୁଖ ସନାତନ ଧର୍ମ ସଂପର୍କରେ ପ୍ରବଚନ ଦେଇଥିଲେ । ଏଥିସହ ପ୍ରତିଦିନ ଆଧ୍ୟାତ୍ମିକ, ସାଂସ୍କୃତିକ ଓ ଭଜନ ସମାରୋହ ତଥା କାର୍ଯ୍ୟକ୍ରମ ଅବସରରେ ଅଭିପ୍ସା ଦାସ ନୃତ୍ୟ ପରିବେଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୁରୀ, ଗଞ୍ଜାମ, ଅନୁଗୁଳ, ବାଲେଶ୍ୱର, ସୁନ୍ଦରଗଡ ସମେତ ଭୁବନେଶ୍ୱରର ବହୁ ଶ୍ରଦ୍ଧାଳୁ ଯୋଗ ଦେଇଥିଲେ । ଆଶ୍ରମର ମୁଖ୍ୟ ଉପଦେଷ୍ଟା ରଙ୍କ ବିଶୋୟୀଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସାଧୁଚରଣ ରାଉତ, ଶିବପ୍ରସାଦ ସାହୁ, କାମନା ପ୍ରଧାନ, ଶ୍ରୀକାନ୍ତ ବର୍ମା, ବସନ୍ତ ବାରିକ, ବାବୁ ରାଜୁ, ବସନ୍ତ ସାହୁ, ବ୍ରିଜମୋହନ ଅଗ୍ରୱାଲ, ଆରକେ ଜୟସ୍ୱାଲ, ନିରଞ୍ଜନ ଦାସ, ରାଧାନାଥ ରାଉତ, କରୁଣାକର ବାରିକ, ପର୍ଶୁରାମ ବେହେରା, ସବିତା ବାରିକ, ସାରସମଣୀ ସ୍ୱାଇଁ, ଲକ୍ଷ୍ମୀ ପ୍ରଧାନ, ଶୀମନ୍ତିନୀ ସାହୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.

1 × four =