pakka

ବିଜେପୁର ଡାକ୍ତରଖାନା ଡାକ୍ତର ଶୂନ୍ୟ : ସାଧାରଣରେ ଅସନ୍ତୋଷ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ଡାକ୍ତରଖାନା ଡାକ୍ତର ଶୂନ୍ୟ । ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ବିଜେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦୀର୍ଘ ଦିନ ହେଲା ଅଚଳାବସ୍ଥା ଲାଗି ରହିଛି । ଏହି ସିଏଚ୍‌ସିରେ ସମୁଦାୟ ୯ ଜଣ ଡାକ୍ତର ଯଥା-ଭେଷଜ ବିଭାଗୀୟ ଡାକ୍ତର, ଶିଶୁରୋଗ ବିଶେଷଜ୍ଞ, ଦନ୍ତରୋଗ ବିଶେଷଜ୍ଞ, ଏମ୍‌ବିବିଏସ୍‌ ସ୍ଥାନରେ ଅଦ୍ୟାବଧି ଡାକ୍ତର ପଦବୀରେ ପୂର୍ଣ୍ଣଛେଦ ପଡିବା ଫଳରେ ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାକାର ଦାୟିତ୍ୱରେ ଥିବା ଲାଉମୁଣ୍ଡା ପିଏଚ୍‌ସି ଡାକ୍ତର ସୁଶାନ୍ତ ମେହେର ଏଠାକାର କାର୍ଯ୍ୟଭାର ସମ୍ଭାଳିବା ସହ ଲାଉମୁଣ୍ଡା ଡାକ୍ତରଖାନା ସମ୍ଭାଳିବା ଏକ ପ୍ରକାର କଷ୍ଟକର ବ୍ୟାପାର । ନୂତନ ଭାବେ ନିଯୁକ୍ତି ପ୍ରାପ୍ତ ଡାକ୍ତରମାନଙ୍କୁ ବିଜେପୁର ଡାକ୍ତରଖାନାକୁ ବାଦ ଦେଇ ଅନ୍ୟତ୍ର ନିଯୁକ୍ତି ଦେବା କେତେ ଦୂର ଯୁକ୍ତିଯୁକ୍ତ ତାହା ବିଚାର ସାପେକ୍ଷ ବୋଲି ମତ ପ୍ରକାଶ ପାଇଛି । ଏପରିକି ଖରମୁଣ୍ଡା, ସାଇପାଲି ଏବଂ ତାଲପଦର ପିଏଚ୍‌ସି ମାନଙ୍କରେ ବିନା ଡ଼ାକ୍ତରରେ ଡାକ୍ତରଖାନା ଖୋଲାଯାଇଛି । ରୋଗୀ ଡାକ୍ତର ନଥିବା କାରଣରୁ ଅନେକ ଅସୁବିଧା ଭୋଗୁଥିବା ଅଭିଯୋଗ ହୋଇଛି । ଅତିଶୀଘ୍ର ଡାକ୍ତରଙ୍କ ଶୂନ୍ୟସ୍ଥାନ ପୂରଣ ଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

Leave A Reply

Your email address will not be published.

1 × two =