jayashree

ବ୍ରାଜିଲ୍‌ରୁ ଆସିଲେ ରାଫେଲ୍ : ରାଉରକେଲା ଷ୍ଟିଲ୍ ସିଟି ରୋଟାରୀ କ୍ଲବ୍‌ରେ ଭବ୍ୟ ସ୍ୱାଗତ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ୍ ଅଫ୍ ରାଉରକେଲା ଷ୍ଟିଲ୍ ସିଟି ପକ୍ଷରୁ ବ୍ରାଜିଲ୍‌ରୁ ଆସିଥିବା ଆନ୍ତର୍ଜାତୀୟ ଯୁବ ବିନିମୟ ଛାତ୍ରୀ ରାଫେଲ୍‌ଙ୍କୁ ସ୍ୱାଗତ କରାଯାଇଛି । ରୋଟାରୀ ଇଣ୍ଟରନ୍ୟାସନାଲ୍‌ର ଆନ୍ତର୍ଜାତୀୟ ଯୁବ ବିନିମୟ କାର୍ଯ୍ୟକ୍ରମ ଅଧୀନରେ ୧୫ ବର୍ଷୀୟା ରାଫେଲ୍ ଆମ ଡିଷ୍ଟ୍ରିକ୍ଟ ୩୨୬୧ରେ ଆସିଛନ୍ତି । କ୍ଲବ୍‌ର ନିୟମିତ ବୈଠକରେ ସଦସ୍ୟମାନେ ତାଙ୍କ ସହ ଆଲୋଚନା କରିଥିଲେ । ଏହି ଅବସରରେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରିଆନ୍ ଆଲମ୍ ସିଂହ ରୂପରା, ଫାଷ୍ଟ ଲେଡି ହରପାଲ୍ ରୂପରା, ଡିଷ୍ଟ୍ରିକ୍ଟ ଏକ୍ସଚେଞ୍ଜ ଚେୟାର୍ ରୋଟାରିଆନ୍ ବିଶ୍ୱଜିତ୍ ପଟି, ରୋଟାରିଆନ୍ ଅଙ୍କିତ କେଡ଼ିଆ, ମିଡ଼ଟାଉନ୍ ସଭାପତି ଏବଂ ରୋଟାରିଆନ୍ ଆନନ୍ଦ, ସୁପରଷ୍ଟାର୍ ଉପ-ସଭାପତି ଉପସ୍ଥିତ ଥିଲେ । ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ରୋଟାରୀ ରାଉରକେଲା ଷ୍ଟିଲ୍ ସିଟିର ସମସ୍ତ କ୍ଷେତ୍ରରେ କାର୍ଯ୍ୟକଳାପକୁ ପ୍ରଶଂସା କରିଥିଲେ । ରାଫେଲ୍‌ଙ୍କୁ ଆତିଥ୍ୟ ଦେଇଥିବାରୁ ସଭାପତି ରୋଟାରିଆନ୍ ଡା. ସରିତା ମଲ୍‌ଙ୍କୁ ଧନ୍ୟବାଦ ଜଣାଇଥିଲେ । ପୂର୍ବରୁ ରୋଟାରିଆନ୍ ବିଶ୍ୱଜିତ୍ ପଟି ରୋଟାରୀର ବିଭିନ୍ନ ଏକ୍ସଚେଞ୍ଜ କାର୍ଯ୍ୟକ୍ରମ ବିଷୟରେ କହିଥିଲେ ଏବଂ ସମସ୍ତଙ୍କୁ ଅଂଶଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ । ରାଫେଲ୍ ନିଜ ହୋମ୍ କ୍ଲବ୍‌ର ପତାକା ଷ୍ଟିଲ୍ ସିଟି କ୍ଲବ୍ ସହ ବିନିମୟ କରିଥିଲେ । ବୈଠକକୁ ସଭାପତି ରୋଟାରିଆନ୍ ଡା. ସରିତା ମଲ୍ ପରିଚାଳନା କରିଥିବା ବେଳେ କ୍ଲବ୍ ଆଡ଼ଭାଇଜର ରୋଟାରିଆନ୍ ଡା. ଅଞ୍ଜନା ମୈତ୍ର ସଂଯୋଜନା କରିଥିଲେ । ସହକାରୀ ଗଭର୍ଣ୍ଣର ରୋଟାରିଆନ୍ ପୁଟୁଲ୍ ରାହୁଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.