
ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ୍ ଅନ୍ତର୍ଗତ ଶୁକଲିପାହାଡ଼ ଠାରେ ପ୍ରଥମ ଲେଜେଣ୍ଡ ପ୍ରିମିୟର ଲିଗ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଉଦ୍ଘାଟନୀ ଉତ୍ସବରେ ସିଲଭର ଷ୍ଟାର କ୍ରିକେଟ୍ କ୍ଲବ୍ର ସଭାପତି ବନମାଳୀ ରାଉତିଆ ମୁଖ୍ୟ ଅତିଥି ଏବଂ ଅଧ୍ୟାପକ ଦିବ୍ୟ କିଶୋର ପଣ୍ଡା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ପ୍ରତିଯୋଗିତାରେ ୩୨ ବର୍ଷରୁ ଊର୍ଦ୍ଧ୍ୱ ବୟସର ଖେଳାଳିମାନେ ଅଂଶଗ୍ରହଣ କରିଥିଲେ । ଫାଇନାଲ୍ ମ୍ୟାଚ୍ରେ ବଜରଙ୍ଗ ଏକାଦଶ ଓ ଅଲଫା ଏକାଦଶ ମଧ୍ୟରେ ରୋମାଞ୍ଚକର ମୁକାବିଲା ହୋଇଥିଲା । ଏଥିରେ ବଜରଙ୍ଗ ଏକାଦଶ ୫ ରନ୍ରେ ବିଜୟୀ ହୋଇ ଚାମ୍ପିୟନ ହୋଇଥିଲା । ଅଲଫା ଏକାଦଶ ଉପବିଜେତା ହୋଇଥିଲା । ଶ୍ରେଷ୍ଠ ବୋଲର ଭାବେ ଅଲଫା ଏକାଦଶର ସୃଜନ ଏବଂ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ପିଙ୍କୁ ବିବେଚିତ ହୋଇଥିଲେ । ବିଜୟୀ ବଜରଙ୍ଗ ଏକାଦଶକୁ ୧୨ ହଜାର ଟଙ୍କା ସହ ଟ୍ରଫି ଏବଂ ଉପବିଜେତା ଅଲଫା ଏକାଦଶକୁ ୭ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ବସନ୍ତ ଦଣ୍ଡସେନା ସ୍କୋରିଂ ଦାୟିତ୍ୱ ତୁଳାଇଥିବା ବେଳେ ଦୁଃଖନାସନ ନାୟକ ଧାରାବିବରଣୀ ପ୍ରଦାନ କରିଥିଲେ । କିରଣ ପଟେଲ, ପ୍ରବୀର ପ୍ରଧାନ, ତାପସ ସିଂହ, ବସନ୍ତ ପଟେଲ ଓ ଚନ୍ଦନ ବାଗ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । ଏହାର ସଫଳ ଆୟୋଜନରେ ନିର୍ମଳ, ପପୁ, ପିଙ୍କୁ, ଛୋଟୁ, ସ୍ୱାଧୀନ, ସମୀର, ଚିନୁଙ୍କ ସମେତ ଶୁକଲିପାହାଡ଼ କ୍ରିକେଟ୍ କ୍ଲବ୍ର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ ।