pakka

ବଲାଙ୍ଗିର ଜିଲ୍ଲା ଆଉଟ ସୋର୍‌ସିଂ ପକ୍ଷରୁ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରୀ ଆଉଟ ସୋର୍‌ସିଂ କର୍ମଚାରୀ ମହାସଂଘ ବଲାଙ୍ଗିର ଶାଖା ତରଫରୁ ମଙ୍ଗଳବାର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜି ସଂଘର ଜିଲ୍ଲାସ୍ତରୀୟ ସଦସ୍ୟମାନେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ଦାବୀ ସମ୍ମିଳିତ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି । ଦାବୀ ପୂରଣ ନ ହେଲେ ଆସନ୍ତା ୨୫ ତାରିଖ ଦିନ ମହାସଂଘ ଆନ୍ଦୋଳନକୁ ଓହ୍ଲାଇବ ବୋଲି ରାଜ୍ୟ ସଂଘ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଏହି ଆହ୍ୱାନକୁ ଜିଲ୍ଲା ସଂଘ ତରଫରୁ ସମର୍ଥନ ଜଣାଯାଇଛି । ସଂଘ ପକ୍ଷରୁ କୁହାଯାଇଛି ଯେ, ସମସ୍ତ ଆଉଟ ସୋରସିଂ କର୍ମଚାରୀଙ୍କୁ ସ୍ଥାୟୀ କରିବା, ଠିକ୍‌ ସମୟରେ ନିୟମିତ ଭାବେ ମାସିକ ଦରମା ପ୍ରଦାନ, ସର୍ବନିମ୍ନ ଦରମା ବୃଦ୍ଧି, ଛଟେଇ ହୋଇଥିବା କର୍ମଚାରୀଙ୍କୁ ପୁନଃ ଥଇଥାନ ଆଦି ୧୧ ଦଫା ଦାବୀ ନେଇ ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ଗତ ନଭେମ୍ବର ୨୬ ତାରିଖରେ ଭୁବନେଶ୍ୱରଠାରେ ବିଶାଳ ଗଣବିକ୍ଷୋଭର ଆୟୋଜନ କରାଯାଇଥିଲା । ମାତ୍ର ଆନ୍ଦୋଳନ ପରେ ମୁଖ୍ୟ ଶାସନ ସଚିବଙ୍କ ନିର୍ଭର ପ୍ରତିଶୃତି ପାଇ ମଧ୍ୟ ସରକାର ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ରାଜ୍ୟର ଲକ୍ଷାଧିକ ଆଉଟ ସୋରସିଂ କର୍ମଚାରୀ କଠିନ ପରିଶ୍ରମ କରି ବିଭିନ୍ନ ଜନ-ହିତେଶୀ ସରକାରୀ ଯୋଜନା ଗୁଡିକର ସଫଳ ରୂପାୟନରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇ ଆସୁଛନ୍ତି । ହେଲେ ସରକାର ସମ୍ପୂର୍ଣ୍ଣ ଭାବେ ଆଉଟ ସୋରସିଂ କର୍ମଚାରୀଙ୍କ ନ୍ୟାର୍ଯ୍ୟ ଦାବୀ ପ୍ରତି ଆଖି ବୁଜି ଦେଇଛନ୍ତି ବୋଲି ସଂଘ ପକ୍ଷରୁ କୁହାଯାଇଛି । ଏହି ପରିପ୍ରେକ୍ଷୀରେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରିବାକୁ ରାଜ୍ୟସଂଘ ପ୍ରସ୍ତୁତ ହେଉଛନ୍ତି ବୋଲି ମହାସଂଘ ପକ୍ଷରୁ କୁହାଯାଇଛି । ଆଜି ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରିବା ସମୟରେ ଜିଲ୍ଲାସଂଘ ତରଫରୁ ରାଜେଶ ଝାଙ୍କର, ଚଞ୍ଚଳ ମିଶ୍ର, ସୁନିଲ ମିଶ୍ର, ଦିଲୀପ ସାହୁ, ନିରୋଜ ମିଶ୍ର, ଆଶୁତୋଷ ବେହେରାମାଳୀ, ଅଭିଳାଷ ମିଶ୍ର, ଲକ୍ଷ୍ମଣ ସାହୁ, ଈଶାନେଶ୍ଵର ମିଶ୍ର, ସନ୍ତୋଷ ତ୍ରିପାଠୀ, ଚିନ୍ମୟ ମିଶ୍ର, ସୌମ୍ୟରଞ୍ଜନ ହୋତା, ନିପୁନ ସାହୁ, ରମଣୀ ପଧାନ, ଥବିର ସେଠ ଆଦି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eleven − 1 =