pakka

ପିକ୍ ଅପ୍ ଭ୍ୟାନ୍ ସହ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ

bbehera

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ଗଞ୍ଜେଇ ଭର୍ତ୍ତି ପିକ୍ ଅପ୍ ଭ୍ୟାନକୁ ଜବତ କରିଥିବା ବେଳେ ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ଗିରଫ କରିଛି ପୋଲିସ୍ । ଅନ୍ୟପଟେ ଘଟଣାସ୍ଥଳରୁ ଅନ୍ୟ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅଧିକାରୀ ବାବାଶଙ୍କର ସରାଫଙ୍କ ନେତୃତ୍ୱରେ ପୋଲିସ୍ ଟିମ୍ ପେଟ୍ରୋଲିଂ କରୁଥିବା ସମୟରେ ବୁଡାଗୁଡ଼ା ନିକଟରେ ପୋଲିସକୁ ଦେଖି ଏକ ପିକ୍ ଅପ୍ ଭ୍ୟାନ୍ ନଂ.ଓଡି-୦୨-ସିସି ୦୨୨୬ ଦୃତ ଗତିରେ ଯାଉଥିବା ବେଳେ ଭ୍ୟାନକୁ ପିଛା କରି ତିଲୋରୀ ନିକଟରେ ଭ୍ୟାନକୁ କାବୁ କରିବାରେ ସକ୍ଷମ ହୋଇଥିଲା ପୋଲିସ୍ । ଗାଡ଼ି ଛାଡ଼ି ଘଟଣାସ୍ଥଳରୁ ତିନି ଜଣ ମାଫିଆ ଫେରାର୍ ହୋଇଯାଇଥିବା ବେଳେ ଜଣେ ନାବାଳକକୁ ପୋଲିସ୍ ନିଜ ହେପାଜତକୁ ନେବା ସହ ଗାଡ଼ି ଯାଞ୍ଚ୍ କରି ୮୧ କେଜି ୯୨୦ ଗ୍ରାମ ବେଆଇନ୍ ଗଞ୍ଜେଇ ସହ ଚାଲାଣରେ ବ୍ୟବହୃତ ପିକ୍ ଅପ୍ ଭ୍ୟାନ୍ ଜବତ କରିଛି ପୋଲିସ୍ । ଏନେଇ ବାଲିଗୁଡ଼ା ଥାନା କେସ୍ ନଂ -୬୯/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି ପୋଲିସ୍ । ସେପଟେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଚାରି ଲକ୍ଷ ଟଙ୍କାରୁ ଅଧିକ ହେବା ସହ ଜବତ ଗଞ୍ଜେଇ ଭୁବନେଶ୍ୱର ଅଞ୍ଚଳକୁ ଚୋରା ଚାଲାଣ ହେଉଥିବା ପୋଲିସ୍ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.

two × two =