pakka

୨ବର୍ଷ ପରେ ନିଖୋଜ ଦାଦନ ଶ୍ରମିକ ଉଦ୍ଧାର

bbehera

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ମହେଶ୍ୱର ଗ୍ରାମର ବିଶ୍ଵନାଥ ମାଝି ନାମକ ଦାଦନ ଶ୍ରମିକ ନିଖୋଜ ହେବାର ୨ବର୍ଷ ପରେ ଆଜି ଘରକୁ ଫେରିଛନ୍ତି ।
୨ବର୍ଷ ପୂର୍ବେ ଦାଦନ ଖଟିବାକୁ ହାଇଦ୍ରାବାଦ ସହରକୁ ପରିବାର ସହିତ ଜଣେ ଦାଦନ ଦଲାଲ ଜରିଆରେ ଯାଉଥିଲେ । ୱାଲ୍ଟିୟର ସହର ନିକଟରେ ଟ୍ରେନରେ ପାଣି ଆଣିବାକୁ ଯାଇ ବଗିରୁ ଅନ୍ୟ ଏକ ବଗିକୁ ଚାଲି ଯାଇଥିଲେ । ହେଲେ ଟ୍ରେନ ଯୋଗେ ଚେନ୍ନାଇ ଓ ପରେ ରାଜସ୍ଥାନକୁ ଚାଲି ଯାଇଥିଲେ । ଅନ୍ୟ ସଦସ୍ୟ ମାନେ ହାଇଦ୍ରାବାଦ ଯାଇଥିବା ଵେଳେ ସେହଦିନଠାରୁ ଘରକୁ ଫେରି ନ ଥିଲେ । ସେତେବେଳେ ଦଳିତ ଅଧିକାର ମଞ୍ଚ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିବା ସହ ଉଦ୍ଧାର ପାଇଁ ପ୍ରଶାସନ ନିକଟରେ ନିବେଦନ କରିଥିଲେ । ହେଲେ କୌଣସି ସୂତ୍ରରୁ ରାଜସ୍ଥାନ ସହରର ଏକ ସ୍ଵେଚ୍ଛାସେବୀ ସେବାଶ୍ରମରେ ତାଙ୍କୁ ରଖିଥିଲେ । ପରେ ପରିଚୟ ପାଇ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସିନାପାଲି ପୋଲିସ ସହିତ ଯୋଗାଯୋଗ କରିଥିଲା । ପରେ ସିନାପାଲି ଥାନା ତତଫରୁ ଘରକୁ ପହଞ୍ଚାଇବା ପାଇଁ ପରିବାର ବର୍ଗଙ୍କୁ କହିଥିଲେ । ପରିବାର ଲୋକେ ରାଜସ୍ଥାନକୁ ୫ଦିନ ତଳେ ଆଣିବାକୁ ଯାଇ ଆଜି ଘରକୁ ଫେରିଛନ୍ତି । ଆଜି ଦଳିତ ଅଧିକାର ମଞ୍ଚର ସଭାପତି କମଳ ଚରଣ ତାଣ୍ଡି ଓ ଅନ୍ୟ ସଦସ୍ୟ ସଂପୃକ୍ତ ଗ୍ରାମରେ ପହଞ୍ଚିଥିଲେ । ସିନାପାଲି ପୋଲିସ ପରିବାର ସହ ଆଲୋଚନା କରି ଆଜି ବିଶ୍ଵନାଥକୁ ଘରେ ଛାଡ଼ିବା ସହ ସବିଶେଷ ତଥ୍ୟ ସଂଗ୍ରହ କରିଥିଲେ । ସିନାପାଲି ଥାନା ସବ୍ଇନ୍ସପେକ୍ଟର ଗୌରୀ ଶଙ୍କର ଦାସ, ଦେବାରଚନ ନିଆଲ, ଦେବେନ୍ଦ୍ର ମାଝି ସମେତ ଏକ ଟିମ୍ ପହଞ୍ଚିଥିଲେ । ସିନାପାଲି ପୋଲିସ ଓ ଦଳିତ ଅଧିକାର ମଞ୍ଚର କର୍ମକର୍ତ୍ତା ମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

jay balangir
Leave A Reply

Your email address will not be published.

4 × 3 =