ସଚେତନ ନାଗରିକ ମଞ୍ଚର ଆଗାମୀ ଦୁଇବର୍ଷ ପାଇଁ ମନୋନୀତ କମିଟି ଗଠନ

ରାଉରକେଲା, (ସସ୍ମିତା ପ୍ରଧାନ) : ସଚେତନ ନାଗରିକ ମଞ୍ଚର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ସେକ୍ଟର ୩ ଖଡ୍ଗ ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଉପସଭାପତି ଜଗବନ୍ଧୁ ଜେନାଙ୍କ ସଭାପତିତ୍ୱ ସାଧାରଣ ସଂପାଦକ ପିପି ରାୟଙ୍କ ଆବାହକତ୍ୱ ତଥା ଉପଦେଷ୍ଟା ଅଭୟ କୁମାର ଦାସଙ୍କ ଉପସ୍ଥିତିରେ ଆସନ୍ତା ୨୦୨୩-୨୪ ଓ ୨୦୨୪-୨୫ ପାଇଁ ଉପସ୍ଥିତ ସଭ୍ୟଙ୍କ ଦ୍ୱାରା ଏକ ମନୋନୀତ କମିଟି ଗଠନ କରାଯାଇଥିଲା । ଏହି ଅବସରରେ ନବମ ବାର୍ଷିକୋତ୍ସବର ଆୟ ଓ ବ୍ୟୟ ହିସାବ ସହ ଆଗାମୀ ଦୁଇବର୍ଷ ପାଇଁ ପଞ୍ଚ ସୂତ୍ରୀ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା କରାଯାଇଥିଲା । ପଞ୍ଚସୂତ୍ରୀ କାର୍ଯ୍ୟକ୍ରମ ଯଥା (୧) ତାଳଚେର ବିମଳାଗଡ ରେଳପଥକୁ ପୂର୍ଣ୍ଣାଙ୍ଗକରଣ କରିବା, (୨)ବନ୍ଧମୁଣ୍ଡା ଠାରେ ରେଲୱେ ଡିଭିଜନ ପ୍ରତିଷ୍ଠା, (୩) ରାଉରକେଲାରେ ଆଇଟି ହବ୍ ପ୍ରତିଷ୍ଠା, (୪) ରାଉରକେଲା ବିମାନକେନ୍ଦ୍ରକୁ ସଂପୂର୍ଣ୍ଣ କରି ଏୟାରପୋର୍ଟ ଅଥରିଟି ଅଫ୍ ଇଣ୍ଡିଆ ଦ୍ବାରା ସବୁଦିନ ବିମାନ ଚଳାଚଳ କରାଇବା, (୫) ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନୀ ପ୍ରତିଶୃତି ଅନୁଯାୟୀ ରାଉରକେଲା ସୁପର ସ୍ପେସାଲିଷ୍ଟ ହସପିଟାଲ୍‌କୁ ମେଡିକାଲ କଲେଜ ଓ କେନ୍ଦ୍ର ସରକାରଙ୍କ ଦ୍ବାରା ପରିଚାଳନା କରାଯାଉ ବୋଲି ଦାବୀ ରହିଛି । ତେଣୁ ନୂତନ କମିଟି ମାଧ୍ୟମରେ ଉପରୋକ୍ତ ୫ ଟି ଦାବୀ ପୂରଣ କରିବା ପାଇଁ ଚେଷ୍ଟା କରାଯିବ ବୋଲି ମଂଚ ତରଫରୁ କୁହାଯାଇଛି । ତେବେ ମନୋନୀତ କମିଟିରେ ଉପଦେଷ୍ଟା ଭାବେ ପ୍ରତିଷ୍ଠାତା ତଥା ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ, ଡାକ୍ତର ଫକୀର ଚରଣ ହୋତା, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, ବିରମିତ୍ରପୁର ବିଧାୟକ ଶଙ୍କର ଓରାମ, ପ୍ରାକ୍ତନ ବିଧାୟକ
ରବି ଦେହୁରୀ, ପ୍ରାକ୍ତନ ବିଧାୟକ ପ୍ରଭାତ ମହାପାତ୍ର, ଇଂ ଅଭୟ କୁମାର ଦାସ, ଡାକ୍ତର ଗୋପବନ୍ଧୁ ବଳ, ଡାକ୍ତର ଉତ୍ତମ ଚରଣ ଜେନା,
ଇଂ ଉତ୍ତମ କୁମାର ସାମଲ, ପ୍ରଫେସର ଲୋପମୁଦ୍ରା ମହାନ୍ତି, ଇଂ ଗୋପୀନାଥ ପଟ୍ଟନାୟକ, ବିଷ୍ଣୁଚରଣ ମହାନ୍ତି, ଡଃ ପୀତବାସ ମିଶ୍ର, ଆଇନଜୀବୀ ଅଶୋକ କୁମାର ଦାସ, ଗୌରୀଶଙ୍କର ଅଗ୍ରୱାଲ, ସତ୍ୟପ୍ରିୟ ମହାନ୍ତି, ଭାରତ ଭୂଷଣ ମହାନ୍ତି, ରାମଚନ୍ଦ୍ର ନାୟକ, ଡଃ ଦେବେନ୍ଦ୍ରନାଥ ବେହେରା ପ୍ରମୁଖ ଥିବା ବେଳେ ସଭାପତି ଭାବେ ଇଂ ବିମଳ କୁମାର ବିଶି, କାର୍ଯ୍ୟକାରୀ ସଭାପତି ଭାବେ ଜଗବନ୍ଧୁ ଜେନା, ଉପସଭାପତି ଭାବେ ସର୍ବଶ୍ରୀ ଉପେନ୍ଦ୍ର କୁମାର ନାୟକ, ରାମଚନ୍ଦ୍ର ସାହୁ,
ଭବେଶ ଚନ୍ଦ୍ର ସାହୁ, ଚିତ୍ତରଞ୍ଜନ ଦାସ, ଡଃ କିଶୋରୀ ଦାଶ, ଡଃ ଉମାକାନ୍ତ ପଣ୍ଡା, ଅକ୍ଷୟ କୁମାର ଦାସ, ଡଃ ସୁମନ ଦତ୍ତ, ବିକ୍ରମଚନ୍ଦ୍ର ଆଚାର୍ଯ୍ୟ ଓ ନିରଞ୍ଜନ ଦାସ, ସାଧାରଣ ସଂପାଦକ ଭାବେ ପି ପି ରାୟ, ଯୁଗ୍ମ ସାଧାରଣ ସଂପାଦକ ଜଗନ୍ନାଥ ରାଉତ, ସହସାଧାରଣ ସଂପାଦକ ରମେଶ ଚନ୍ଦ୍ର ସେଠୀ, ସଂପାଦକ ଭାବେ ସର୍ବଶ୍ରୀ ଅକ୍ଷୟ ଜେନା, ଶାନ୍ତନୁ କୁମାର ମୁଦାଲି, ବିଜୟ କୁମାର ବରାଳ, ନଳିନୀ କାନ୍ତ ଧର, ମୀନତି ଦେବତା, ରମେଶ ଚନ୍ଦ୍ର ମହାନ୍ତି, ଶଶଧର ପାତ୍ର, କୁଞ୍ଜବିହାରୀ ରାଉତ (ଶିକ୍ଷକ), ଭଗବାନ ମହାପାତ୍ର, କୋଷାଧ୍ୟକ୍ଷ ଭାବେ ଡାକ୍ତର ବସନ୍ତ କୁମାର ଦାସ ମୁଖପାତ୍ର ଭାବେ କୁଞ୍ଜବିହାରୀ ରାଉତ (ସାମ୍ବାଦିକ), ସାଂଗଠନିକ ସଂପାଦକ ଭାବେ ସର୍ବଶ୍ରୀ ରାଜକିଶୋର ମିଶ୍ର, ସୁବ୍ରତ କୁମାର ମଲ୍ଲିକ, ଚକ୍ରାନ୍ତ ଜେନା, ବିଷ୍ଣୁଚରଣ ସାମଲ, ଦିଗମ୍ବର ମହାନ୍ତି,
ସୁନାକର ନାୟକ, ଏ କେ କ୍ୟୁରେସୀ, ଶମ୍ବୁନାଥ ପରିଡା ଓ ରଞ୍ଜନ ଲେଙ୍କା ତଥା ସାଧାରଣ ପରିଷଦ ସଭ୍ୟ ଭାବେ ସର୍ବଶ୍ରୀ ବିଶ୍ବନାଥ ପଟ୍ଟନାୟକ, ଜଟାଧାରୀ ମାଝୀ, ରଘୁ ବଳ, ଶୈଳେନ୍ଦ୍ର କୁମାର ମହାନ୍ତି, ଫକୀର ଚରଣ ପାଣି (ଆଇନଜୀବୀ), ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ମନୋରଞ୍ଜନ ଦାଶ, ରାଜୀବ ଧଳ, କାମେଶ୍ବର ତିୱାରୀ, ଉମାଶଙ୍କର ତିୱାରୀ, ଭଜହରି ଦାସ, ପ୍ରଭାସ କୁମାର ରାଉତ, ହୃଷିକେଶ ପ୍ରଧାନ, ମନୋଜ କୁମାର ପାତ୍ର, ଅରୁଣା ପାତ୍ର, ମୀନତି ବିଶ୍ବାଳ, ମୁନା ପାତ୍ର, ହାଡିବଂଧୁ ମହାପାତ୍ର, ବୃନ୍ଦାବନ ମହାନ୍ତି, ପାର୍ଥସାରଥୀ ମହାପାତ୍ର, ଇଂ ଭରତ ଚନ୍ଦ୍ର ଦାସ, ଭରତ ଚନ୍ଦ୍ର ପରିଡା, ହରିହର ବେହେରା, ଭବାନୀ କବି, କୈଳାଶ ଚନ୍ଦ୍ର ସାବତ, ଦୀନବନ୍ଧୁ ଭୋଳ, ଦୀନବନ୍ଧୁ ନାୟକ, ସୁରେନ୍ଦ୍ର କୁମାର ଦାଶ, ଅରବିନ୍ଦ ଦାସ, ଅରୁଣ କୁମାର କୁଶଳ, ସସ୍ମିତା ପ୍ରଧାନ, ପ୍ରଦୋଷ କୁମାର ମହାନ୍ତି, ଅମୂଲ୍ୟ ଚରଣ ବରାଳ, ଡଃ ସୁବାସ ଚନ୍ଦ୍ର ଲେଙ୍କା, ସୁମନ୍ତ ବର୍ମା, ଗୋଦାବରୀଶ ଶତପଥୀ, ସୁମନ୍ତ କୁମାର ଉପାଧ୍ୟାୟ ଓ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ନିତ୍ୟାନନ୍ଦ ବିଶ୍ବାଳ ମନୋନୀତ ହୋଇଛନ୍ତି ବୋଲି ମଂଚ ତରଫରୁ କୁହାଯାଇଛି । ଏହି ଅବସରରେ ପ୍ରାରମ୍ଭରେ ସଦସ୍ୟ ଅନିରୁଦ୍ଧ ନାୟକ ଓ ଭାରତୀ ଦାସଙ୍କ ବିୟୋଗରେ ଏକ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ସାଧାରଣ ସମ୍ପାଦକ ଶ୍ରୀ ରାୟ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

11 + 7 =