ଏମ୍‌.ରାମପୁରଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ

ମ.ରାମପୁର, (ହେମନ୍‌ନ୍ତ ସାହୁ) : ଆଜି ଏମ୍‌. ରାମପୁର ସ୍ଥିତ ପଞ୍ଚାୟତ ସମିତି ସମ୍ମିଳନୀ ଗୃହରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଏବଂ ଆରକ୍ଷୀ ଅଧିକ୍ଷକ ଅଭିଳାଷ ଜିଙ୍କ ଅଧ୍ୟକ୍ଷତାରେ ଏକ ଯୁଗ୍ମ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ, ଭବାନୀପାଟଣା ଡ. ବିଶ୍ଵଜିତ ଦାସ, ବ୍ଲକ ଅଧ୍ୟକ୍ଷା ମନ୍ଦାକିନୀ ସିଂହଦେଓ, ବିଡିଓ ବିନୟ କୁମାର ଭୋଇ, ତହସିଲଦାର ଜ୍ୟୋସ୍ନା ମାଝୀଙ୍କ ସମେତ ସମସ୍ତ ଜିଲ୍ଲାସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ । ଏହି ଜନ ଶୁଣାଣି ଶିବିରରେ ମୋଟ ୬୬ ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ । ସେଥିମଧ୍ୟରୁ ୩୯ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୨୭ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା । ୧୦ଟି ଅଭିଯୋଗର ସମାଧାନ ତତ୍‌କ୍ଷଣାତ୍ କରାଯାଇଥିଲା । ଶିବିରରେ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବମକ ପଞ୍ଚାୟତ କୁଟିଗୁଡୁମ୍ ଗ୍ରାମର ବିମଳା ଭୋଇଙ୍କୁ ୫୦୦୦ ଟଙ୍କା ଓ ଏମ୍‌.ରାମପୁରର ରଞ୍ଜିତ ମାଝିଙ୍କୁ ୨୦,୦୦୦୦ ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରାଯାଇଥିଲା ।

Leave A Reply

Your email address will not be published.

one × two =