ଅସହାୟ ଶବ ସତ୍କାର କଲା ସଂକଳ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଗ୍ରାମାଞ୍ଚଳ ଥାନା ଅଧୀନରେ ଥିବା ବରଗଡ଼ ବିକାଶ ହସ୍ପିଟାଲ ନିକଟରେ ଗତ ୨୪ ତାରିଖରେ ଏକ ଅଚିହ୍ନା ଶବ ରାସ୍ତାକଡରେ ପଡି ରହିଥିବା ଅବସ୍ଥାରେ ଗ୍ରାମାଞ୍ଚଳ ପୋଲିସ ଠାବ କରିଥିଲା । ମୃତ ବ୍ୟକ୍ତି ଜଣକଙ୍କ ବୟସ ୩୦ରୁ ୪୦ ବର୍ଷ ହେଉଥିବ ବୋଲି ଅନୁମାନ କରାଯାଉଛି । ତେବେ ତାଙ୍କ କୌଣସି ପରିଚୟ ମିଳିନଥିଲା । ପରେ ଶବ ସଂରକ୍ଷଣ ଗୃହରେ ୭୨ ଘଣ୍ଟା ପର୍ଯ୍ୟନ୍ତ ପରିଚୟ ପାଇବା ଆଶାରେ ରଖାଯାଇଥିବା ବେଳେ ତାର କୌଣସି ସୂଚନା ନମିଳିବାରୁ ଆଜି ଗ୍ରାମାଞ୍ଚଳ ଥାନା ପତ୍ର ସଂଖ୍ୟା ୪୫୨/୨୩ ମାଧ୍ୟମରେ ଶବ ସତ୍କାର କରିବା ପାଇଁ ସାମାଜିକ ଅନୁଷ୍ଠାନ ସଂକଳ୍ପ ପରିବାରକୁ ଅନୁରୋଧ କରାଯାଇଥିଲା । ଥାନାରୁ ଖବର ପାଇବା ପରେ ସଂକଳ୍ପ ପରିବାରର ଜି. ରମେଶ, ନିଲେସ ପଧାନ ଓ ବିକାଶ ଅଗ୍ରୱାଲ ପ୍ରମୁଖ ଯାଇ ପିପାଲମୁଣ୍ଡା ସ୍ୱର୍ଗଦ୍ୱାରରେ ସମ୍ମାନର ସହିତ ଶବ ସତ୍କାର କରିଥିଲେ ।

Leave A Reply

Your email address will not be published.

4 × 2 =