ରାଉରକେଲା ଏସ୍‌ପିଙ୍କୁ ସିପିଆଇଏମ୍‌ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ନବ ନିଯୁକ୍ତ ଆରକ୍ଷୀ ଅଧିକ୍ଷକ ମିତ୍ରଭାନୁ ମହାପାତ୍ରଙ୍କୁ ଆଜି ସିପିଆଇଏମ୍ ସୁନ୍ଦରଗଡ଼ ଜିଲ୍ଲା କମିଟି ପକ୍ଷରୁ ତାଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ପାର୍ଟି ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସିପିଆଇଏମ୍ ରାଜ୍ୟ ସଂପାଦକ ମଣ୍ଡଳୀ ସଦସ୍ୟ ବିଷ୍ଣୁ ମହାନ୍ତି, ଜିଲ୍ଲା ସଂପାଦକ ପ୍ରମୋଦ ସାମଲ, ସଂପାଦକ ମଣ୍ଡଳୀ ସଦସ୍ୟ ଜାହାଙ୍ଗୀର ଅଲ୍ଲୀ, ବିମାନ ମାଇତି, ଶ୍ରୀମନ୍ତ ବେହେରା, ସୁରେନ୍ଦ୍ର ଦାଶ, ସାଲୋମୀ ମିଞ୍ଜ, ରାଜ କିଶୋର ପ୍ରଧାନ ପ୍ରମୁଖ ଏକ ପ୍ରତିନିଧି ମଣ୍ଡଳୀ ସାକ୍ଷାତ କରିବା ସହିତ ସ୍ଵାଗତ ଜଣାଇଥିଲେ ଏବଂ ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ସମସ୍ୟା ଉପରେ ନବ ନିଯୁକ୍ତ ଏସ୍‌ପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ରାଉରକେଲା ତଥା ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପ ଓ ଶ୍ରମିକର ସହର ହୋଇଥିବା ବେଳେ ଏଠାରେ ଶ୍ରମିକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ପ୍ରତିନିଧି ମଣ୍ଡଳୀ ବିଶେଷ ଭାବରେ ଆଲୋଚନା କରିଥିବା ବେଳେ ରାଉରକେଲା ସହର ଏକ ଭାଇଚାରାର ସହର ହୋଇଥିବାରୁ ସେ ଦିଗରେ ଜିଲ୍ଲା ପୋଲିସ ଗୁରୁତ୍ୱାରୋପ କରିବାକୁ ପ୍ରତିନିଧି ମଣ୍ଡଳୀ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

four × 3 =