ଶତାୟୁ ମହିଳାଙ୍କ ପରଲୋକ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକର ବରିଷ୍ଠ ସାମ୍ବାଦିକ ବିଜୟ ମିଶ୍ରଙ୍କ ମା’ ତଥା ସାମ୍ବାଦିକା ଅନିମାଞ୍ଜଳି ମିଶ୍ରଙ୍କ ଗୋସେଇଁ ଶାଶୁ ପାର୍ବତୀ ମିଶ୍ର(୧୦୪)ଙ୍କର ସୋମବାର ସକାଳେ ଡେଲାଙ୍ଗ ଷ୍ଟେସନ ବଜାର ସ୍ଥିତ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି । ତାଙ୍କର ଏହି ମୃତ୍ୟୁ ଖବର ସମଗ୍ର ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ୱର୍ଗତ ଶତାୟୁ ମହିଳା ଜଣେ ଧର୍ମ ପରାୟଣା, ପରୋପକାରୀ, ଦୟାଳୁ, ସମାଜସେବୀ ତଥା ଶାନ୍ତ ଓ ସରଳ ପ୍ରକୃତିର ବ୍ୟକ୍ତିତ୍ଵ ଥିଲେ । ଏହି ଶତାୟୁ ମହିଳାଙ୍କ ଶେଷକୃତ୍ୟ ତାଙ୍କ ପାଟପୁର ସ୍ଥିତ ଗ୍ରାମ ଶ୍ମଶାନରେ ଶେଷ ହୋଇଥିବା ବେଳେ ସାତ ପୁଅ ମଧ୍ୟରୁ ଜ୍ୟେଷ୍ଠ ପୁତ୍ର ଶଙ୍କର୍ଷଣ ମିଶ୍ର ମୁଖାଗ୍ନି ଦେଇଥିବା ଜଣାପଡିଛି । ଏହି ଶତାୟୁ ମହିଳାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳର ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ବନ୍ଧୁ, ପଡୋଶୀ, ଗ୍ରାମବାସୀ ତାଙ୍କ ବାସଭବନରେ ପହଂଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Leave A Reply

Your email address will not be published.

fifteen + 12 =