pakka

ଜଷ୍ଟିସ ଚିତ୍ତରଞ୍ଜନ ଦାସଙ୍କୁ ସମ୍ବର୍ଦ୍ଧନା

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ଏକଦା ରାଉରକେଲା ସହରରେ ପିଲାଦିନ କାଟିଥିବା ପରେ ଓକିଲାତି କରିଥିବା ହାଇକୋର୍ଟର ବିଚାରପତି ଚିତ୍ତରଞ୍ଜନ ଦାଶ ଓ ତାଙ୍କ ପତ୍ନୀ ଅଭିପ୍ସା ଦାଶ ରାଉରକେଲା ଗସ୍ତ ଅବସରରେ ହୋଟେଲ ରାଧିକା ରିଜେନ୍ସିଠାରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ସେଣ୍ଟ୍ରାଲ ତରଫରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଏହି ଅବସରରେ ଉଭୟ ଦମ୍ପତି ଜଗଦାସ୍ଥିତ ମାନବସେବା ସଦନକୁ ଯାଇ ସେଠାରେ ଥିବା ଅନ୍ତେବାସୀଙ୍କ ଭଲମନ୍ଦ ବୁଝିବା ସହ ସେମାନଙ୍କ ମଧ୍ୟରେ ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହା ସହ ଏକ ଗ୍ରାଇଣ୍ଡର ଆଶ୍ରମକୁ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ ଯେ, ଜଷ୍ଟିସ ଦାଶଙ୍କ ପିତା ରଘୁନାଥ ଦାଶ ରାଉରକେଲାରେ ରାଜ୍ୟ ସରକାରଙ୍କ ପଦସ୍ଥ ଅଧିକାରୀ ଥିବା ବେଳେ ଶ୍ରୀ ଦାଶଙ୍କ ଛାତ୍ର ଜୀବନ ରାଉରକେଲା ଓ ପରେ ଆଇନରେ ସ୍ନାତକ ପରେ ବରିଷ୍ଠ ଆଇନଜୀବୀ ଗୋବର୍ଦ୍ଧନ ପୂଜାରୀଙ୍କ ନିକଟରେ ପ୍ରାକ୍ଟିସ୍ ଆରମ୍ଭ କରିଥିଲେ । ଏହି ସମୟରେ ସେ ଆଇନ ପରାମର୍ଶଦାତା ଭାବେ ରାଉରକେଲା ଇସ୍ପାତ କାରଖାନା, ଓସିଏଲ, ଗୃହସ୍ଥୀ, ରାଧିକା ରିଜେନ୍ସି ତଥା ବହୁ ଅନୁଷ୍ଠାନରେ କାର୍ଯ୍ୟ କରିଥିଲେ । ସେହିପରି ଅଭିପ୍ସା ସ୍ୱର୍ଗତ ପୂଜାରୀଙ୍କ କନ୍ୟା ହୋଇଥିବା ବେଳେ ଜଣେ ହିନ୍ଦୀ କବୟିତ୍ରୀ ଭାବେ ଜଣାଶୁଣା । ସମ୍ବର୍ଦ୍ଧନା ପ୍ରତ୍ୟୁତ୍ତରରେ ଜଷ୍ଟିସ ଦାଶ ରାଉରକେଲାକୁ ସ୍ୱତନ୍ତ୍ର ଓ ହୃଦୟର ସହର ବୋଲି କହିଥିବା ବେଳେ ସହରର ବିକାଶ ପାଇଁ କିଛି ସ୍ୱତନ୍ତ୍ର ପ୍ରସ୍ତାବ ଦେଇଥିଲେ । ଏହି ଅବସରରେ କବି କୁଞ୍ଜବିହାରୀ ରାଉତ କିଛି କବିତା ପାଠ କରିଥିବା ବେଳେ ବରିଷ୍ଠ ସାମ୍ବାଦିକ ରାଜା ମହାନ୍ତି ତାଙ୍କ ପୁସ୍ତକକୁ ଅତିଥିଙ୍କୁ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ରବି ଦାସ, ଡ. କିଶୋରୀ ଦାଶ, ଅବଦୁଲ ସଲାମ, ଅନୁପମ ଗୁପ୍ତା, ଗୀତା ଦାସ, ରୁବିନା ସଲାମ, ସ୍ମିତା ଆଥରେ, ଆର କିରଣ, ପରଭେଜ ଅରୋରା, ବିକାଶ ପାଣ୍ଡେ, ମନମୋହନ ଗୋୟଙ୍କା, ନରେନ୍ଦ୍ର କେଡିଆ, ଭଗବାନ ପତି, ଅକ୍ଷୟ ଧଳ, ପୀତବାସ ପ୍ରଧାନ, ପ୍ରକାଶ ପାଢୀ, ଅଶୋକ ଭଇଁଶା, ସୂର୍ଯ୍ୟ ପାଢୀ ପ୍ରମୁଖ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

two × one =

error: Content is protected !!