csstore

ରାଜପୁତ କ୍ଷତ୍ରୀୟ ସମାଜର କାର୍ଯ୍ୟକାରିଣୀ କମିଟି ଗଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜପୁତ କ୍ଷତ୍ରୀୟ ସମାଜର ଏକ ବୈଠକ ସ୍ଥାନୀୟ ମାରୱାଡି ଧର୍ମଶାଳାଠାରେ ଫଗୁଲାଲ ସିଂହଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଦ୍ମପୁର, ପାଇକମାଲ, ଝାରବନ୍ଧ ବ୍ଲକର ଆସିଥିବା ଶତାଧିକ ରାଜପୁତ ଭାଇ ଭଉଣୀ ମାଆମାନଙ୍କ ଉପସ୍ଥିତରେ ପ୍ରଥମେ ମା’ ଦୁର୍ଗାଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ସମାଜର ବୈଠକରେ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ସହ ସର୍ବସମ୍ମତି କ୍ରମେ ରାଜପୁତ କ୍ଷତ୍ରୀୟ ସମାଜର କାର୍ଯ୍ୟକାରିଣୀ କମିଟି ବିପିନ ବିହାରୀ ଠାକୁରଙ୍କୁ ସଭାପତି, ହରିଶଙ୍କର ସିଂହ ସାଧାରଣ ସମ୍ପାଦକ, ଅଲେଖ ଠାକୁର ଉପସଭାପତି, ଉପେଶ ସିଂହଙ୍କୁ କୋଷାଧ୍ୟକ୍ଷ, ପ୍ରଫୁଲ୍ଲ ଠାକୁର ସହସମ୍ପାଦକ ଓ ସନ୍ତୋଷ ସିଂହ ଠାକୁର, ଭେଙ୍କଟେଶ୍ବର ଠାକୁର, ତେଜରାଜ ସିଂହ, ଶଙ୍କର ସିଂହ, ନରେନ୍ଦ୍ର ସିଂହ, ସଞ୍ଜିବ ସିଂହ, ନିର୍ମଳ ଠାକୁର, ନାରାୟଣ ଠାକୁର, ପଣ୍ଟୁ ଠାକୁର, ଭାଗରଥି ସିଂହ, ଡୋଲାମଣି ସିଂହ, ଶ୍ରୀମତୀ ରୀନା ଠାକୁର, ଚଥଲା ଠାକୁର, ରାଧାମୋହନ ସିଂହ ପ୍ରମୁଖ ପରାମର୍ଶଦାତା ରୂପେ ମନୋନୀତ କରାଯାଇଥିଲା । ଶେଷରେ ପ୍ରାଧ୍ୟାପକ ସନ୍ତୋଷ ସିଂହ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.