ସର୍ବଭାରତୀୟ କେନ୍ଦ୍ର କର୍ମଚାରୀ ପେନସନର ଏସୋସିଏସନ୍‌ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଇନ୍ଦିରାନଗର ସ୍ଥିତ ଶ୍ରୀ ଶବରୀ ନାରାୟଣ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମରେ ସର୍ବଭାରତୀୟ କେନ୍ଦ୍ର କର୍ମଚାରୀ ପେନସନର୍‌ ଏସୋସିଏସନ୍‌ ବଲାଙ୍ଗିର ଶାଖା ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ସଂଘର ସଂପାଦକ ବୃଷଭ ସା, କୋଷାଧ୍ୟକ୍ଷ ରାହାସ ବିହାରୀ ଭୋଇ, ସହକୋଷାଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଭ୍ୟ ମଧୁ ମିର୍ଦ୍ଧା, ପ୍ରହଲ୍ଲାଦ ଯୋଷୀ, ଲକ୍ଷ୍ମୀନ୍ଦ୍ର ପୁଟେଲ, ଯଜ୍ଞକର ବାରିକ, ଜନ୍ମେଜୟ ହୋତା ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ଶେଷରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.

fifteen − eleven =