pakka

ସଂପର୍କ ଆୟୋଜିତ ବିଶ୍ୱ ନାଟ୍ୟ ଦିବସ ଅବସରରେ ଜାତୀୟ ନାଟକ ମହୋତ୍ସବ୨୦୨୪ ଉଦ୍‌ଯାପିତ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ମ୍ୟୁଜିକ୍‌ ସର୍କଲଠାରେ ସଂପର୍କ ଆୟୋଜିତ ପାଞ୍ଚଦିନିଆ ଜାତୀୟ ନାଟକ ମହୋତ୍ସବ -୨୦୨୪ ଉଦ୍‌ଯାପିତ ହୋଇଯାଇଛି । ରିମ୍‌ସ ରାଉରକେଲାର ଅଧ୍ୟକ୍ଷା ନଳିନୀ ପ୍ରଭା ପଟ୍ଟନାୟକ ଏହି ଉଦ୍‌ଯାପନୀ ଉତ୍ସବକୁ ଉଦ୍‌ଘାଟନ କରିଥିଲେ । ମୁଖ୍ୟ ଅତିଥିଭାବେ ଯୋଗଦାନ କରିଥିଲେ ରାଉରକେଲା ଇସ୍ପାତ୍‌ କାରଖାନାର ନିର୍ବାହୀ ନିର୍ଦ୍ଦେଶକ ଏସ୍‌. ଆର୍‌. ସୂର୍ଯ୍ୟବଂଶୀ । ସମ୍ମାନୀତ ଅତିଥିଭାବରେ ଷ୍ଟେଟ୍‌ ବ୍ୟାଙ୍କ ଏସ୍‌. ଏମ୍‌.ଇ ଶାଖାର ଏ. ଜି. ଏମ୍‌. ଅମରଜିତ୍‌ କାନୁନ୍‌ଗୋ ଓ ଇସ୍ପାତ କାରଖାନାର ଅବସରପ୍ରାପ୍ତ ମହାପ୍ରବନ୍ଧକ ଗୋପୀନାଥ ପଟ୍ଟନାୟକ ଯୋଗଦାନ କରିଥିଲେ । ଅନୁଷ୍ଠାନର ସଭାପତି ସୁବ୍ରତା ପତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାକୁ ପରିଚାଳନା କରିଥିଲେ ଓଡି଼ଶାର ବିଶିଷ୍ଟ ସଂଯୋଜକ ଅଭିନେତା ଅନିଲ୍‌ ମଲ୍ଲିକ । ସଭାର ପ୍ରାରମ୍ଭରେ ଭାସ୍କର ଚନ୍ଦ୍ର ମହାପାତ୍ର ନିଜ ବକ୍ତବ୍ୟରେ ପାଞ୍ଚଦିନ ବ୍ୟାପୀ ନାଟକ ମହୋତ୍ସବ ସଂପର୍କରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ । କାର୍ଯ୍ୟକାରୀ ସଭାପତି ବିଜୟ ପାତ୍ର ମତାମତ ଦେଇ କହିଥିଲେ ଏ ବର୍ଷର ଜାତୀୟ ନାଟକ ମହୋତ୍ସବ ସଫଳ ହୋଇଛି । ଅନୁଷ୍ଠାନର ସଂଗଠକ ସମ୍ପାଦକ ସୁରେନ୍ଦ୍ର ପାଢ଼ୀ ଧନ୍ୟବାଦ ଦେଇଥିଲେ । ଏସ୍‌. ଆର୍‌. ସୂର୍ଯ୍ୟବଂଶୀଙ୍କୁ ନାଟ୍ୟବନ୍ଧୁ ସମ୍ମାନରେ ସମ୍ମାନୀତ କରାଯାଇଥିବା ବେଳେ ଡ. ମାୟା ଦାସଙ୍କୁ ସଂପର୍କ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସଂପର୍କର ମୁଖପତ୍ର ନାଟ୍ୟଚର୍ଚ୍ଚା ବିଶ୍ୱନାଟ୍ୟ ବିଶେଷାଙ୍କ ଉନ୍ମୋଚନ ମୁଖ୍ୟ ଅତିଥିଙ୍କ ଦ୍ୱାରା କରାଯାଇଥିଲା । ପରେ ପରେ ଡ. ମାୟା ଦାସଙ୍କ ରଚିତ ତଥା ଦୀପକ୍‌ ରଞ୍ଜନ ପତିଙ୍କ ନିର୍ଦ୍ଦେଶିତ ନାଟକ ଏକା ମଞ୍ଚନ ହୋଇଥିଲା । ନାଟକର ମନଛୁଆଁ କାହାଣୀ, କଳାକାରମାନଙ୍କ ନିଖୁଣ ଅଭିନୟ, ନିର୍ଦ୍ଦେଶକଙ୍କ ଦୂରଦର୍ଶୀ ନିର୍ଦ୍ଦେଶନା ତଥା ହୃଦୟସ୍ପର୍ଶୀ ସଂଗୀତ ଉପସ୍ଥିତ ଶହଶହ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ବିଶେଷ କରି କିଶୋର ଖଣ୍ଡୁଆଳଙ୍କ ଆକର୍ଷଣୀୟ ଅଭିନୟ ସମସ୍ତଙ୍କୁ ବିଶେଷ ଆନନ୍ଦ ପ୍ରଦାନ କରିଥିଲା । ସକାଳ ଆଠ ଘଟିକାରେ ସଂପର୍କ ଓ ଏକତ୍ର ମିଳିତଭାବେ ଏକ ବିରାଟ ରଙ୍ଗାରଙ୍ଗ ନାଟ୍ୟ ପଦଯାତ୍ରା ଛେଣ୍ଡର ମାଉସୀ ମାଆ ମନ୍ଦିରରୁ ମ୍ୟୁଜିକ୍‌ ସର୍କଲ ଯାଏ ଆସିଥିଲା । ପରେ ପରେ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ନୃତ୍ୟ ମହୋତ୍ସବ ଆୟୋଜନ କରାଯାଇଥିଲା ଏବଂ ଡ. ସମର ମୁଦାଲିଙ୍କ ସଭାପତିତ୍ୱରେ ଏକ ନାଟ୍ୟ ସଂପାନ ଓଡି଼ଆ ନାଟକ ଓ ଯୁବପିଢ଼ି ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ସଂପାନର ପ୍ରାରମ୍ଭରେ ଏ ବର୍ଷର ବିଶ୍ୱନାଟ୍ୟ ବାର୍ତ୍ତା ଯାହାକି ନର୍‌ୱେର୍‌ ବିଶିଷ୍ଟ ନାଟ୍ୟକର୍ମୀ ଜନ୍‌. ଫୋଜ୍‌ଙ୍କ ଦ୍ୱାରା ପ୍ରଦତ୍ତ ହୋଇଛି । ତାହା ପାଠ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ତ୍ରିପତୀ ନାରାୟଣ ମିଶ୍ର ।

Leave A Reply

Your email address will not be published.

5 + eleven =