pakka

ନିଜ ପୈତୃକ ଗାଁରୁ ପ୍ରଚାର ଆରମ୍ଭ କଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପୁରୋହିତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ସଂସଦୀୟ କ୍ଷେତ୍ରରୁ ନାମ ଘୋଷଣା ପରେ ଆଜି ନିଜ ପୈତୃକ ଗ୍ରାମ ଗାଇସିଲେଟରୁ ପ୍ରଚାର ଆରମ୍ଭ କରିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ । ନିଜ ପୈତୃକ ଗ୍ରାମ ଗାଇସିଲେଟ ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରୁ ପୂଜାର୍ଚ୍ଚନା ସହ ଗ୍ରାମର ବରିଷ୍ଠ ବ୍ୟକ୍ତି ତଥା ଗାଁ ମାଟିକୁ ମୁଣ୍ଡିଆ ମାରି ଲୋକଙ୍କଠାରୁ ବିଜୟର ଆଶ୍ରୀବାଦ ମାଗିଥିଲେ ପ୍ରଦୀପ ପୁରୋହିତ । ଏହାପରେ ନିଜ ପୂର୍ବଜଙ୍କ ଘରକୁ ଯାଇ ଘରର ଇଷ୍ଟ ଦେବାଦେବୀଙ୍କୁ ପ୍ରଣାମ କରି ଆଶିର୍ବାଦ ନେଇଥିଲେ । ପରିବାର ବର୍ଗଙ୍କ ଘରକୁ ଯାଇ ମଧ୍ୟ ଆଶିର୍ବାଦ ନେଇଥିଲେ । ସେ ଜଗନ୍ନାଥ ମନ୍ଦିର, ଗ୍ରାମର ଇଷ୍ଟ ଦେବୀ ମା’ ବହଲତଲିଏନ, ରାଧାକୃଷ୍ଣ ମନ୍ଦିର, ବଜରଙ୍ଗ ମନ୍ଦିର ଯାଇ ଦର୍ଶନ କରିବା ପରେ କଲଂଗାପାଲି ସ୍ଥିତ ମାଁ ପାଟଣେଶ୍ୱରୀ ମନ୍ଦିରକୁ ମଧ୍ୟ ଯାଇ ଦର୍ଶନ କରିଥିଲେ । ଏହାପରେ ସାହୁ କଲ୍ୟାଣ ମଣ୍ଡପଠାରେ ବିଜେପି ଜିଲ୍ଲା ଉପସଭାପତି ପ୍ରବୀଣ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାକୁ ସମ୍ବୋଧିତ କରିଥିଲେ । ସେଠାରେ କଲଂଗାପାଲି ଗୌନ୍ତିଆ ମହେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ଝରଣା ପାଣିଗ୍ରାହୀ, ବିଜେପୁର ବିଧାନସଭା ସଂଯୋଜକ ମଦନ ଦୀପ, ବିପିନ ବିହାରୀ ସାହୁ, ଆନନ୍ଦ ମଟାରୀ, ଅନିଲ ବାଗ, ରିତେଶ ପଣ୍ଡା ବିଜେପି ତରଫରୁ ସମ୍ୱର୍ଦ୍ଧନା ଦେଇଥିଲେ ।

Leave A Reply

Your email address will not be published.

five + 9 =