pakka

ନବ ନିର୍ବାଚିତ ଜିଲ୍ଲା କଂଗ୍ରେସ କମିଟି ସଭାପତି ଅଶୋକ ନନ୍ଦଙ୍କୁ ସ୍ଥାନୀୟ କଂଗ୍ରେସ ଭବନଠାରେ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କଂଗ୍ରେସ ଭବନଠାରେ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲା କଂଗ୍ରେସ କମିଟିର ନବ ନିର୍ବାଚିତ ସଭାପତି ଅଶୋକ ନନ୍ଦଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହି ସମାରୋହରେ ଜିଲ୍ଲା କଂଗ୍ରେସ କମିଟିର ସମସ୍ତ ଛାମୁଆ ସଂଗଠନ ଯଥା ନଗର କଂଗ୍ରେସ କମିଟି, ମହିଳା କଂଗ୍ରେସ, କିଶାନ କଂଗ୍ରେସ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ପକ୍ଷରୁ ସଦସ୍ୟମାନେ ଶ୍ରୀ ନନ୍ଦଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ସମର୍ଥନ ଜଣାଇଥିଲେ । ଆନନ୍ଦ ଏବଂ କରତାଳି ମଧ୍ୟରେ କମିଟି ସଦସ୍ୟଙ୍କ ଦ୍ୱାରା ଦିଆଯାଇଥିବା ସମ୍ବର୍ଦ୍ଧନା ଓ ବିଶ୍ୱାସ ପାଇଁ କୃତଜ୍ଞତା ଜଣାଇବା ସହ ବଲାଙ୍ଗିର ଜିଲ୍ଲାର ଲୋକଙ୍କ କଲ୍ୟାଣ ପାଇଁ ନିରନ୍ତର କାର୍ଯ୍ୟ କରିବାକୁ ଆହ୍ୱାନ ଜଣାଇଥିଲେ । ଜିଲ୍ଲା କମିଟିକୁ ଅଧିକ ସଫଳତା ଏବଂ ପ୍ରଗତି ଦିଗରେ ଆଗେଇ ନେବା ପାଇଁ ଶ୍ରୀ ନନ୍ଦଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକାଶ କରିଥିଲେ । ବଲାଙ୍ଗିର ନଗର କଂଗ୍ରେସ କମିଟି ସଭାପତି ବୁଲୁ ଦାନୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ଜିଲ୍ଲା କଂଗ୍ରେସ କମିଟି ସଦସ୍ୟମାନେ, କିଶାନ କଂଗ୍ରେସ, ଭାରତୀୟ ଯୁବ କଂଗ୍ରେସ, ବଲାଙ୍ଗିର ବିଧାନସଭା ନିର୍ବାଚନ ମଣ୍ଡଳି ସଦସ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five × two =