pakka

ଭୋଟରଙ୍କ ମଧ୍ୟରେ ଲୋକପ୍ରିୟ ହେଉଛି ନିର୍ବାଚନ ଆୟୋଗଙ୍କ ସି – ଭିଜିଲ୍ ଆପ୍

bbehera

● ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏପର୍ଯ୍ୟନ୍ତ ଆପ୍ ଜରିଆରେ ହୋଇଛି ୭୯,୦୦୦ରୁ ଅଧିକ ଉଲଂଘନ ଅଭିଯୋଗ : ୯୯% ମାମଲାର ଫଇସଲା
● ଅବାଧ, ନିରପେକ୍ଷ ଏବଂ ପ୍ରଲୋଭନମୁକ୍ତ ନିର୍ବାଚନ ସୁନିଶ୍ଚିତ କରିବା ପାଇଁ ଡିଜିଟାଲ୍‌ ପ୍ରଯୁକ୍ତି ଉପଯୋଗ ଲାଗି ନିର୍ବାଚନ ଆୟୋଗଙ୍କ ପଦକ୍ଷେପର ଏକ ଅଂଶ ହେଉଛି ସି –
ଭିଜିଲ୍

ନୂଆଦିଲ୍ଲୀ, (ପିଆଇବି) : ନିର୍ବାଚନ ଆଚରଣ ବିଧି ଉଲଂଘନ ସମ୍ପର୍କରେ ଅଭିଯୋଗ କରିବା ପାଇଁ ଭାରତର ନିର୍ବାଚନ କମିଶନଙ୍କ ସି – ଭିଜିଲ ଆପ୍ ଲୋକଙ୍କ ହାତରେ ଏକ ପ୍ରଭାବଶାଳୀ ଅସ୍ତ୍ର ପାଲଟିଛି । ୨୦୨୪ ସାଧାରଣ ନିର୍ବାଚନ ଘୋଷଣା ହେବା ପରଠାରୁ ଏହି ଆପ୍‌ରେ ଆଜି ସୁଦ୍ଧା ୭୯ ହଜାରରୁ ଅଧିକ ଅଭିଯୋଗ ଆସିଛି । ୯୯%ରୁ ଅଧିକ ଅଭିଯୋଗର ସମାଧାନ ହୋଇଛି ଏବଂ ୧୦୦ ମିନିଟ୍ ମଧ୍ୟରେ ପ୍ରାୟ ୮୯% ଅଭିଯୋଗର ସମାଧାନ ହୋଇଛି । ଦ୍ରୁତ ବେଗ ଏବଂ ସ୍ୱଚ୍ଛତା ହେଉଛି ସି – ଭିଜିଲ୍‌ ଆପ୍‌ର ମୂଳଦୁଆ । ବେଆଇନ ହୋର୍ଡିଂ ଏବଂ ବ୍ୟାନର ବିରୋଧରେ ୫୮,୫୦୦ରୁ ଅଧିକ ଅଭିଯୋଗ (ସମୁଦାୟ ୭୩%) ଆସିଛି । ୧୪୦୦ରୁ ଅଧିକ ଅଭିଯୋଗ ଟଙ୍କା ଉପହାର ଏବଂ ମଦ ବଣ୍ଟନ ସମ୍ବନ୍ଧୀୟ ରହିଛି । ପାଖାପାଖି ୩% ଅଭିଯୋଗ (୨୪୫୪) ସମ୍ପତ୍ତି ନଷ୍ଟ କରିବା ସମ୍ବନ୍ଧୀୟ ହୋଇଥିବା ବେଳେ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ଏବଂ ଧମକ ଦେବା ପାଇଁ ଆସିଥିବା ୫୩୫ଟି ଅଭିଯୋଗ ମଧ୍ୟରୁ ୫୨୯ଟିର ସମାଧାନ ହୋଇସାରିଛି । ନିଷିଦ୍ଧ ଅବଧିରେ ମାଇକ ଯୋଗେ ପ୍ରଚାର ପାଇଁ ୧୦ ଅଭିଯୋଗ ଆସିଛି । ସି – ଭିଜିଲ୍ ଆପ୍ ନିର୍ବାଚନୀ ତଦାରଖ ଏବଂ ପ୍ରଚାର ବିଶୃଙ୍ଖଳା ହ୍ରାସ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ଅଗ୍ରଗତି କରିଛି ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ୨୦୨୪ ଘୋଷଣା ପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ନାଗରିକମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଥିଲେ ଏବଂ ଆଦର୍ଶ ଆଚରଣ ବିଧି ଉଲଂଘନ ଏବଂ ଭୋଟରଙ୍କୁ କୌଣସି ପ୍ରକାର ପ୍ରଲୋଭନ ବଣ୍ଟନ ବିଷୟରେ ଜଣାଇବା ପାଇଁ ଏହି ଆପ୍ ବ୍ୟବହାର କରିବାକୁ ଅନୁରୋଧ କରିଥିଲେ । ସି – ଭିଜିଲ୍ ହେଉଛି ଉପଭୋକ୍ତା – ଅନୁକୂଳ ଏବଂ ପରିଚାଳନା କରିବାକୁ ସହଜ ଆପ୍ଲିକେସନ୍, ଯାହା ସଚେତନ ନାଗରିକମାନଙ୍କୁ ଜିଲ୍ଲା ନିୟନ୍ତ୍ରଣ କକ୍ଷ, ରିଟର୍ଣ୍ଣିଂ ଅଫିସର୍‌ ଏବଂ ଫ୍ଲାଇଂ ସ୍କ୍ୱାଡ୍ ଟିମ୍ ସହିତ ସଂଯୋଗ କରେ । ଏହି ଆପ୍ ବ୍ୟବହାର କରି ନାଗରିକମାନେ କିଛି ମିନିଟ୍ ମଧ୍ୟରେ ଏବଂ ରିଟର୍ଣ୍ଣିଂ ଅଫିସରଙ୍କ କାର୍ଯ୍ୟାଳୟକୁ ଦୌଡ଼ି ନଯାଇ ରାଜନୈତିକ ଅସଦାଚରଣ ଘଟଣା ସମ୍ପର୍କରେ ତୁରନ୍ତ ରିପୋର୍ଟ କରିପାରିବେ । ସି – ଭିଜିଲ୍ ଆପ୍ରେ ଅଭିଯୋଗ ପଠାଯିବା ମାତ୍ରେ ଅଭିଯୋଗକାରୀଙ୍କୁ ଏକ ୟୁନିକ୍ ଆଇଡି ମିଳିବ ଯାହା ଜରିଆରେ ବ୍ୟକ୍ତି ଜଣକ ନିଜ ମୋବାଇଲରେ ଅଭିଯୋଗ ଟ୍ରାକ୍ କରିପାରିବେ । ଏକା ସାଙ୍ଗରେ କାର୍ଯ୍ୟ କରୁଥିବା କାରକଗୁଡ଼ିକର ଏକ ତ୍ରିକୋଣ ସି – ଭିଜିଲ୍‌କୁ ସଫଳ କରିଥାଏ । ଉପଭୋକ୍ତାମାନେ ରିୟଲ୍‌ ଟାଇମ୍‌ରେ ଅଡିଓ, ଫଟୋ କିମ୍ବା ଭିଡିଓ ସଂଗ୍ରହ କରନ୍ତି ଏବଂ ଅଭିଯୋଗର ସମୟବଦ୍ଧ ପ୍ରତିକ୍ରିୟା ପାଇଁ ୧୦୦ ମିନିଟ୍‌ କାଉଣ୍ଟଡାଉନ୍ ସୁନିଶ୍ଚିତ କରାଯାଏ । ଆଚରଣ ବିଧି ଉଲଂଘନ ବିଷୟରେ ଜଣାଇବା ପାଇଁ ଉପଭୋକ୍ତା ସି – ଭିଜିଲ୍‌ରେ ସେମାନଙ୍କ କ୍ୟାମେରା ଅନ୍ କରିବା ମାତ୍ରେ ଏହି ଆପ୍ ସ୍ୱତଃସ୍ପୃତ ଭାବରେ ଏକ ଜିଓ – ଟ୍ୟାଗିଂ ଫିଚର୍ ସକ୍ଷମ କରିଥାଏ । ଏହାର ଅର୍ଥ ହେଉଛି ଫ୍ଲାଇଂ ସ୍କ୍ୱାଡ୍ ରିପୋର୍ଟ ହୋଇଥିବା ଉଲଂଘନର ସଠିକ ସ୍ଥାନ ଜାଣିପାରିବ ଏବଂ ନାଗରିକଙ୍କ ଦ୍ୱାରା ନିଆଯାଇଥିବା ଫଟୋକୁ ଅଦାଲତରେ ପ୍ରମାଣ ଭାବରେ ବ୍ୟବହାର କରାଯାଇପାରିବ । ନାଗରିକମାନେ ବେନାମୀ ଭାବେ ମଧ୍ୟ ଅଭିଯୋଗ ଜଣାଇପାରିବେ । ପ୍ରଯୁକ୍ତିର ଉପଯୋଗ କରିବା ଏବଂ ଭୋଟର ଏବଂ ରାଜନୈତିକ ଦଳଗୁଡ଼ିକର ସୁବିଧା ପାଇଁ ଆୟୋଗ ଦ୍ୱାରା ନିର୍ମିତ ଆପ୍ ଗୁଡ଼ିକ ମଧ୍ୟରୁ ଏହି ଆପ୍ ଅନ୍ୟତମ ।

Leave A Reply

Your email address will not be published.

19 + 9 =