pakka

ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ

bbehera

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ଆନୁକୂଲ୍ୟରେ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭାଗୃହରେ ଏକ ସାରସ୍ୱତ ସଭା ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ରାମଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥ ଓ ସମ୍ମାନିତ ଅତିଥି ଭାବରେ ଶିକ୍ଷକ ମନବୋଧ ପାଣିଗ୍ରାହୀ ଯୋଗ ଦେଇଥିଲେ । ଏହି ଅବସରରେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଗିରିଜା ଶଙ୍କର ରଥଙ୍କ ପରିବ୍ୟାପ୍ତ ପରିଧି ପୁସ୍ତକ ଲୋକାର୍ପିତ ହୋଇଥିଲା । ତାପରେ ଶ୍ରୀ ରଥ ପୁସ୍ତକ ବିଷୟରେ ଆଲୋଚନା କରିଥିଲେ । ସଭାକୁ ସଂପାଦକ ବିରଂଚି ନାରାୟଣ ଦାଶ ପରିଚାଳନା, ସହ ସମ୍ପାଦିକା ଅଂଜଳି ମାଝୀ ସ୍ୱାଗତ ଅଭିଭାଷଣ ଓ ଉପସଭାପତି ସୂର୍ଯ୍ୟକାନ୍ତ ରଣା ଧନ୍ୟବାଦ ଅର୍ପଣ କରିଥିଲେ । ଆଇନଜୀବୀ ମନୋଜ ଦାସ, ଡ. ସଞ୍ଜୟ ମିଶ୍ର, ଡ. ନାରାୟଣ ମିଶ୍ର, ଯୁବରାଜ ମେହେର, ନିରଂଜନ ମହାରଣା, କୈଳାଶ ଦୀପ, ବେଦବ୍ୟାସ ନାଗ, ଅନୁପ କୁମାର ଦାସ ନିଜ ନିଜର ମତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବ୍ରଜଶ୍ୟାମ ଗୁରୁ, କୁଞ୍ଜବିହାରୀ ବେହେରା, ନରେନ୍ଦ୍ର ସୁନା, ଜଗଦାନନ ପାଣିଗ୍ରାହୀ, ଥମିର ଛତ୍ରିଆ, ମମତା ପଣ୍ଡା, ମଞ୍ଜୁଲତା ମାଝୀ, ଉମାକାନ୍ତୀ ସରାଫ, ବିଜୁଦାସ ମହାନନ୍ଦ, ସରୋଜ ଦାସ, ରାଜେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.

three × 3 =