pakka

ବରଗଡ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ତିନିଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକମାନେ ହେଲେ ବାଲେଶ୍ୱର ବାହାନଗା ବ୍ଲକ୍‌ ଦୀପକ ମଲ୍ଲିକ, ଗଞ୍ଜାମ ବେଳଗୁଣ୍ଠା ବ୍ଲକ୍‌ର ସୁଭମ ପ୍ରଧାନ, ଆଉ ଜଣେ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ୍‌ ମାନସ କୁମାର । ତିନିଜଣ ଯୁବକ କଳାହାଣ୍ଡି ସରକାରୀ ଇଂଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ଗତ ଗୁରୁବାର ଦିନରୁ ସେମାନେ ସମ୍ବଲପୁର ସମଲେଇ ମନ୍ଦିର ଦର୍ଶନ ତଥା ପାଇକମାଲ ସ୍ଥିତ ନୃସିଂହନାଥ ମନ୍ଦିର ଦର୍ଶନ କରିବା ପାଇଁ ବାହାରି ଥିବା ବେଳେ ଆଜି ବରଗଡ଼ ଘୁଲିପାଲି ଛକରେ ଏକ ଟ୍ରକ୍‌ ସହିତ ବାଡେଇ ହୋଇ ରାସ୍ତା ଉପରେ ଛିଟିକି ପଡ଼ିଥିଲେ । ଠିକ୍‌ ସେହି ସମୟରେ ସଂକଳ୍ପ ପରିବାରର ସଦସ୍ୟ ବିକାଶ ଅଗ୍ରୱାଲ, ବରଗଡ଼ ବିକାଶ ହସ୍ପିଟାଲ୍‌କୁ ତାଙ୍କର ଜଣେ ବନ୍ଧୁଙ୍କୁ ଦେଖିବାକୁ ଯାଉଥିବା ସମୟରେ ଦୁର୍ଘଟଣା ହୋଇଥିବା ଯୁବକମାନଙ୍କୁ ଦେଖି ସଙ୍ଗେ ସଙ୍ଗେ ୧୦୮ ଏମ୍ବୁଲାନ୍ସ ଓ ଅଶୋକା ବିଲ୍‌ଡକ୍‌ନର୍‌ ଏକ ଆମ୍ବୁଲାନ୍ସ ସାହାଯ୍ୟ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆହତ ଯୁବକମାନଙ୍କୁ ଆଣିଥିଲେ । ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା କରିବା ପରେ ଜଣକର ଗୋଡ଼ ଓ ଅନ୍ୟଦୁଇଜଣ ଯୁବକଙ୍କର ହାତ ଭାଙ୍ଗିବା ସହିତ ଶରୀରର ଅନ୍ୟ ସ୍ଥାନରେ ମଧ୍ୟ କ୍ଷତ ହୋଇଥିବାରୁ ତାଙ୍କୁ ବିଭାଗୀୟ ଡାକ୍ତର ଭୀମ୍‌ସାର୍‌ ବୁର୍ଲାକୁ ସ୍ଥାନାନ୍ତରଣ କରିଥିଲେ ବର୍ତ୍ତମାନ ବିକାଶ ଦାଦାଙ୍କ ସହିତ ସଂକଳ୍ପ ପରିବାରର ସଦସ୍ୟ ଶେଷଦେବ ପଧାନ, ବନ୍ତ ପଧାନ, ସୁମନ୍ତ ଭାଇ ଓ ନିଲେସ ଭାଇ ଓ ଅକ୍ଷୟ ମିଶ୍ର ମିଶି ଭୀମ୍‌ସାର୍‌ ବୁର୍ଲାକୁ ତିନିଜଣ ଯୁବକଙ୍କୁ ନେଇଛନ୍ତି । ଭୀମ୍‌ସାର୍‌ ଆଶୁ ଆରୋଗ୍ୟ ବିଭାଗରେ ବର୍ତ୍ତମାନ ତାଙ୍କର ଚିକିତ୍ସା ଚାଲିଛି ।

Leave A Reply

Your email address will not be published.

fifteen − two =