ରାଜ୍ୟ ସରକାରଙ୍କ ଦ୍ୱାରା କାର୍ତ୍ତିକ ପୂର୍ଣ୍ଣିମା ପାଇଁ କଟକଣା ଜାରି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ୩୦ ତାରିଖ କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ କାର୍ତ୍ତିକ ପୂର୍ଣ୍ଣିମା ବୁଡ଼ ପକାଇବା ପାଇଁ ତଥା ଡଙ୍ଗା ଭସା ପାଇଁ ନଦୀ ପୋଖରୀରେ ବେଶ୍‌ ଭିଡ଼ ଲାଗେ । ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ କାର୍ତ୍ତିକ ପୂର୍ଣ୍ଣିମା ଦିନ ସାମୁହିକ ସ୍ନାନ ଉପରେ କଟକଣା ଲଗାଯାଇଛି । କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ଏହି କଟକଣା ଜାରି କରାଯାଇଥିବା ବେଳେ ଏହା ସହିତ ବଡ଼ଓଷାରେ ବିଭିନ୍ନ ସ୍ଥାନରେ ଏକାଠି ହେବାକୁ ମଧ୍ୟ ବାରଣ କରାଯାଇଛି । ଅନ୍ୟପକ୍ଷରେ କାର୍ତ୍ତିକ ପୂର୍ଣ୍ଣିମାଠାରୁ ରାଜ୍ୟର କେତେକ ସ୍ଥାନରେ ଅନୁଷ୍ଠିତ ହେଉଥିବା ବାଲିଯାତ୍ରା ଉପରେ ମଧ୍ୟ ପୂର୍ବରୁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି । ରାଜ୍ୟ ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପକ୍ଷରୁ ନିର୍ଦ୍ଦେଶରେ କୁହାଯାଇଛି ଯେ, ଏହି ଅବସରରେ ଲୋକମାନେ ଏକାଠି ହୋଇ ଡଙ୍ଗା ଭସାଇବା ଓ ସାମୁହିକ ସ୍ନାନ କରୁବା ଦ୍ୱାରା କରୋନା ସଂକ୍ରମଣ ବଢିବାର ଆଶଙ୍କା ରହିଛି ।

Leave A Reply

Your email address will not be published.