ଗୋଳାବାରୁଦ କାରଖାନା ଆଗରେ ଭିଆଇପି ତରଫରୁ ବିକ୍ଷୋଭ

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ବଡ଼ମାଲ ଗୋଳାବାରୁଦ କାରଖାନା ଗେଟ୍‌ ସମ୍ମୁଖରେ ଭିଲେଜର୍ସ ଇଣ୍ଡିଆ ପାର୍ଟି(ଭିଆଇପି) ସଭାପତି ଡ଼. ବିପିନ କୁଶୁଳିଆଙ୍କ ନେତୃତ୍ବରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଧାରଣା ଦିଆଯାଇଥିଲା । ତେବେ ଅନ୍ୟ ରାଜ୍ୟମାନଙ୍କରେ ସମସ୍ତଙ୍କୁ ନିଯୁକ୍ତି ସୁଯୋଗ ମିଳି ପାରୁଥିବା ବେଳେ ଆମ ରାଜ୍ୟ ସରକାର କାହିଁକି ସ୍ଥାନୀୟ ଯୁବକଙ୍କ ପାଇଁ ଅଣଦେଖା କରି ଯୁବକମାନଙ୍କୁ ବଡ଼ମାଲ ଗୋଳାବାରୁଦ କାରଖାନାରେ ନିଯୁକ୍ତି ମିଳିପାରୁ ନାହିଁ ବୋଲି ସେ ଯୁ‌କ୍ତି ପ୍ରଦାନ କରିଛ‌ନ୍ତି । ତେବେ ଭିଆଇପି ପାର୍ଟି ପକ୍ଷରୁ ଦାବୀ କରିଛନ୍ତି ଯେ, ସ୍ଥାନୀୟ ଯୁବକମାନଙ୍କ ପାଇଁ ୭୫% ନିଯୁକ୍ତି ସୁଯୋଗ ଦିଆଯାଉ । ଅନ୍ୟ ପକ୍ଷରେ ରେଲୱେ ଲାଇନ ନିର୍ମାଣ କରିବା ପାଇଁ ୩ ହଜାର ମୂଲ୍ୟବାନ ଗଛ କଟା ଯାଇ ଥିବାବେଳେ ୩ ଲକ୍ଷ ଗଛ ବୃକ୍ଷ ରୋପଣ କରାଯାଉ ବୋଲି ମଧ୍ୟ ସେ ଦାବୀ କରିଛନ୍ତି । ଏଥିରେ ଅଶୋକ ଦାସ, ବୈଶାଖୁ ସେଲମା, ପ୍ରସନ୍ନ ଛତ୍ରିଆ, ହରେକୃଷ୍ଣ ସାହୁ, ଜଗନ୍ନାଥ ସେଲମା, ଭୀମ ନାଗ ପ୍ରମୁଖ ସାମିଲ ହୋଇଥିଲେ । ତେବେ ସରକାର ଯଦି ଆଗାମୀ ଦିନରେ କୈ।ଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଘୋର୍‌ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.