jayashree

ମୁରିବାହାଲ ଥାନା ପକ୍ଷରୁ ରନ୍ ଫର୍ ୟୁନିଟି ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ପକ୍ଷରୁ ଲୌହ ମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୫୧ତମ ଜନ୍ମ ଜୟନ୍ତୀକୁ ରନ୍ ଫର୍ ୟୁନିଟି ତଥା ରାଷ୍ଟ୍ରୀୟ ଏକତା ଦିବସ ଭାବେ ପାଳିତ ହୋଇଯାଇଛି । ଥାନା ଆଇଆଇସି ବୁଲୁ ମୁଣ୍ଡାଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ହାଇସ୍କୁଲ ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଓ ସମସ୍ତ ଥାନା କର୍ମଚାରୀ ଉପସ୍ଥିତ ଥିଲେ । ଏହି ଅବସରରେ ରାଷ୍ଟ୍ରୀୟ ଏକତା ପାଇଁ ଶପଥ ପାଠ କରାଯାଇଥିଲା । ଥାନା ଆଇଆଇସି ଶ୍ରୀ ମୁଣ୍ଡା ପୋକ୍ସୋ ଆଇନ, ମଦମୁକ୍ତ ଗ୍ରାମ, ମୁରିବାହାଲ ଥାନା ଅଞ୍ଚଳର କେତେକ ଗୁରୁତର ମାମଲା ତଥା ଅନ୍ୟାନ୍ୟ ବିଷୟରେ ଆଲୋକପାତ କରିଥିଲେ । ଏହାପରେ ଗୁଜୁରାଟ ଏକତାନଗରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିଭାଷଣର ସିଧା ପ୍ରସାରଣ କରାଯାଇଥିଲା ।

Leave A Reply

Your email address will not be published.