
- ରଶ୍ମିରଞ୍ଜନ ପୁଣି ସଭାପତି, ସୁଧାଂଶୁ ସମ୍ପାଦକ ମନୋନୀତ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ନିଖିଳ ଓଡ଼ିଶା ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘ ମୁରିବାହାଲ ବ୍ଲକ ଶାଖାର ପୂର୍ବତନ ସଭାପତି ରଶ୍ମିରଞ୍ଜନ ନାଗଙ୍କ ସଭାପତିତ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ସାଧାରଣ ବୈଠକ ଶନିବାର ହଳଦୀ ପଞ୍ଚାୟତ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ବ୍ଲକ ଅର୍ଥ ଅଧିକାରୀ ଘେନୁରାମ୍ ତାଣ୍ଡି ଓ ବ୍ଲକ ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ନାଗ ବୈଠକରେ ସ୍ୱତନ୍ତ୍ର ଅତିଥି ଭାବେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ସଂଘର ସ୍ଥିତି ଓ ଆଗାମୀ କାର୍ଯ୍ୟପନ୍ଥା ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା । ଏହାପରେ ସଂଘର ନୂତନ କର୍ମକର୍ତ୍ତା ମନୋନୟନ କରାଯାଇଥିଲା । ଏଥିରେ ବରିଷ୍ଠ ସଦସ୍ୟ ରଶ୍ମିରଞ୍ଜନ ନାଗ ପୁଣି ସଭାପତି, ସୁଧାଂଶୁ ଶେଖର ପଟ୍ଟନାୟକ ସାଧାରଣ ସମ୍ପାଦକ, ଅର୍ଜୁନ ଛୁରା କୋଷାଧ୍ୟକ୍ଷ, ଅଭିଷେକ ରଥ ଉପସଭାପତି, ପ୍ରତିଭା ଛତ୍ରିଆ ସହସମ୍ପାଦିକା, ବରିଷ୍ଠ ସଦସ୍ୟ ଗଣଦୀପ ପୋଢ଼, କମ୍ବୁଚରଣ ବାଗ, ମିଳନ ରାଜପଳିଆ, ଗଙ୍ଗାଧର ଛତର ଓ ସୁଧୀର କୁମାର ମେହେରଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରାଯାଇଥିଲା । ଏହି ବୈଠକରେ ବ୍ଲକ ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ ସଂଘର ସଦସ୍ୟ ରଞ୍ଜନ କୁମାର ରଣା, ଆସ୍ତିକ ପୁଟେଲ, ଚନ୍ଦ୍ରିକା ସେଠ୍, ମହେଶ କୁମାର ବେହେରା, ସୀତାକାନ୍ତ ବେହେରା, ମନୋଜ କୁମାର ସାହୁ, ଶରତ କୁମାର ଭୋଇ ଓ ପରମାନନ୍ଦ ମହାନନ୍ଦ ପ୍ରମୁଖଙ୍କ ସମେତ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।