om academy

ଖାଦ୍ୟ ଖାଇବା ପରେ ପେଟର ଭାରି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପଚାର

ପ୍ରାୟତଃ ଖାଦ୍ୟ ଖାଇବା ପରେ ପେଟ ଟିକେ ଭାରି ଭାରି ଅନୁଭବ କରନ୍ତି । ମଧ୍ୟାହ୍ନ ଭୋଜନ ପରେ କିମ୍ବା ରାତ୍ରୀ ଭୋଜନ ପରେ ଅଧିକାଂଶ ଲୋକଙ୍କ ସହିତ ଏମିତି ହୁଏ । ଏହାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି, ଭରପୂର ଭୋଜନ ଏକାସଂଗେ ଖାଇବା । ଏହି କାରଣରୁ, ଡାକ୍ତରମାନେ ଲୋକଙ୍କୁ ପରାମର୍ଶ ଦିଅନ୍ତି, ଯେତେବେଳେ ବି ଭୋକ ହେଉଛି, ଏକାସାଂଗରେ ଗୁଡ଼ାଏ ଖାଦ୍ୟ ଖାଅ ନାହିିଁ । ଏହା କରିବା ଦ୍ୱାରାଖାଦ୍ୟ ଖାଇବା ପରେ ପେଟ ଭାରି ଲାଗିବା ସମସ୍ୟା ଉପୁଜିବା ସହ ବଦ୍‌ହଜମ୍‌ ଓ ଗ୍ୟାସ୍‌ ସମସ୍ୟା ମଧ୍ୟ ଦେଖା ଦେଇପାରେ । ପେଟ ଭାରି ଲାଗିବା ସମସ୍ୟାରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର ଜାଣିବା ଆସ‌ନ୍ତୁ ।

ମିଶ୍ରି ଏବଂ ସୋଫ୍ (ପାନମଧୁରୀ) ଏକାଠି ଖାଇବା ଦ୍ୱାରା ପେଟର ଭାରି ସମସ୍ୟାରୁ ମୁକ୍ତି ମିଳିଥାଏ । ପ୍ରାୟତଃ ରେଷ୍ଟୁରାଣ୍ଟ ଆଦିରେ ଖାଇବା ପରେ ନିଶ୍ଚିତ ଭାବରେ ଏହା ମୁଖଶୋଧନ ପାଇଁ ଦିଆଯାଇଥାଏ । କିନ୍ତୁ ଏହା ଫଳରେ ଅନେକ ଉପକାର ମିଳେ । ଏହା ଦ୍ୱାରା ପେଟ ଭାରି ପଣ ଦୂର ହେବା ସହ ପାଟିରୁ ପିଆଜ ଏବଂ ରସୁଣର ଗନ୍ଧକୁ ଦୂର କରିଥାଏ । ଏପରିକି ଖାଦ୍ୟ ପାଚନରେ ମଧ୍ୟ ଏହା ସହଯୋଗୀ ହୋଇଥାଏ । ତେଣୁ ଖାଦ୍ୟ ଖାଇ ସାରିବା ପରେ ମିଶ୍ରି ଏବଂ ସୋଫ୍ (ପାନମଧୁରୀ) ଦୁଇ ସାମଚ ପାଟିରେ ପକାନ୍‌ନ୍ତୁ । ଡ଼ାଇବେଟିସ୍‌ ରୋଗୀ କେବଳ ପାନମଧୁରୀ ଖାଇପାରିବେ ।

ସବୁଜ ଅଳେଇଚ ମଧ୍ୟ ପେଟ ଭାରି ସମସ୍ୟାକୁ ଦୂର କରିଥାଏ । ଖାଦ୍ୟ ହଜମ କରିବାରେ ମଧ୍ୟ ଏହା ସାହାଯ୍ୟ କରିଥାଏ । ତେଣୁ ଯେତେବେଳେ ବି ଆପଣ ଖାଦ୍ୟ ଖାଆନ୍ତି, ତା’ପରେ ସବୁଜ ଅଳେଇଚ ଟିଏ ପାଟିରେ ପକାନ୍ତୁ ।

ଖାଦ୍ୟ ଖାଇବା ପରେ ଟିକିଏ ମହୁ ଖାଇଲେ ପେଟର ଭାରି ସମସ୍ୟା ମଧ୍ୟ ଦୂର ହୁଏ । ଏଥିପାଇଁ ଆପଣଙ୍କ ଖାଦ୍ୟ ଖାଇବା ପରେ ଗୋଟିଏ କିମ୍ବା ଦୁଇ ଚାମଚ ମହୁର ସ୍ୱାଦ ଚାଖନ୍ତୁ । ଖାଇବାକୁ ‌ସ୍ୱାଦି‌ଷ୍ଟ ଲାଗିବା ସହ ଏହା ଖାଦ୍ୟ ହଜବରେ ମଧ୍ୟ କାମ କରିବ । ଏହାଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ଼ ହୋଇଥାଏ । ଡ଼ାଇବେଟିସ୍‌ ରୋଗୀ ଏହା ନେଇ ପାରିବେ ନାହିିଁ ।

Leave A Reply

Your email address will not be published.

four × three =