ନିଷ୍ଠା ପରିବାର ଦ୍ୱାରା ପୁଣି ଅଲୋଡା ଅସହାୟ ଅବସ୍ଥାରେ ଥିବା ବୃଦ୍ଧା ମା’ ଉଦ୍ଧାର

ବରଗଡ଼, (ସତ୍ୟନାରାୟଣ ପଧାନ) : ଆଜି ବରଗଡ ମାଷ୍ଟର ଟିକ୍ରାର ଜଣେ ଭାଇ ନିଷ୍ଠା ପରିବାରକୁ ଫୋନ ଯୋଗେ ଜଣାଇଲେ, ଜଣେ ୬୫ ବର୍ଷର ବୃଦ୍ଧା ତାଙ୍କ ପଡାର ରୋଡ ସାଇଟରେ ଦୀର୍ଘ ପାଞ୍ଚ ଦିନ ଧରି ଅଛନ୍ତି । ନିଷ୍ଠା ପହଞ୍ଚିଥିଲା ଘଟଣାସ୍ଥଳକୁ । ବୁଝାବୁଝି କଲା ପରେ ଜଣାପଡ଼ିଥିଲା ଯେ ମାଉସୀଙ୍କ ନାଁ ହେଉଛି ଭାଗ୍ୟବନ୍ତୀ ଷଢଙ୍ଗୀ । ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହେଲାଣି । ତାଙ୍କର ଗୋଟିଏ ପୁଅ ଓ ଦୁଇଟା ଝିଅ ଅଛନ୍ତି ।

ନିଷ୍ଠା ପରିବାର ପକ୍ଷରୁ ତାଙ୍କ ପୁଅଙ୍କ ସହ ଫୋନ ଯୋଗେ କଥା ହେବାରୁ ସେ କହିଲେ, ଏବେ ଆପଣ ନେଇ ରଖନ୍ତୁ, ପନ୍ଦର ଦିନ ପରେ ସେ ଆଶ୍ରମରୁ ତାଙ୍କୁ ଆଣିବେ । ନିଷ୍ଠା ପରିବାର ତରଫରୁ ତାଙ୍କୁ ଅଲିଭା ଘର ବୃଦ୍ଧାଶ୍ରମରେ ତୁର‌ନ୍ତ ଥଇଥାନ କରାଯାଇଛି ।

କିଛିଦିନ ପରେ ତାଙ୍କ ପୁଅ ଆସି ବୃଦ୍ଧା ମା’ଙ୍କୁ ନେଇଯିବେ ବୋଲି ନିଷ୍ଠା ପରିବାରର ଆଶା ଓ ବିଶ୍ବାସ ରହିଛି । ଏହି ଅବସରରେ ନିଷ୍ଠା ପରିବାରର ସଂପାଦକ ଅଶ୍ବିନୀ ତ୍ରିପାଠୀ, ଉପଦେଷ୍ଟା ବିଦ୍ୟାଧର ଭୋଇ, କୋଷାଧକ୍ଷ ଶ୍ୟାମ ସୁନ୍ଦର ସାହୁ ଏବଂ ସଦସ୍ୟ ମିଳନ ଗୁରୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.