ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଚୋରି

ଅନଗୁଳ : ଜୁବୁଲି ଟାଉନ୍‌ସ୍ଥିତ ଶ୍ରୀ ଶ୍ରୀ ନାଗେଶ୍ୱର ଶିବ ମନ୍ଦିରରୁ ଗତ ମଧ୍ୟରାତ୍ରିରେ ଚୋରି ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ କିଛି ନଗଦ ଅର୍ଥ ଚୋରାଇ ନେଇଥିବା ବେଳେ ମନ୍ଦିରରେ ଥିବା ଦୁଇଟି ହୁଣ୍ଡିରୁ ନଗଦ ପ୍ରାୟ ୨୦ ହଜାର ଟଙ୍କା ଚୋରି ହୋଇଥିବା ପୂଜକ ଅନୁମାନ କରି କହିଛନ୍ତି। ଏ ସଂକ୍ରାନ୍ତରେ ମନ୍ଦିର କର୍ତ୍ତୃପକ୍ଷ ଟାଉନ୍‌ ଥାନା ପୁଲିସକୁ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.