
- ଉଦଘାଟନ କଲେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ
ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ୧୪୭୯ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି । ବ୍ଲକ ବିଡ଼ିଓ ବାସନ୍ତୀ ସେଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଲକ୍ଷ୍ମଣ ବାଗ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନୂତନ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନର ଶୁଭାରମ୍ଭ କରିଥିଲେ । ଏଥିରେ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର, ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ମିଥିଳା ମାଝୀ, ବିଧାୟକ ପ୍ରତିନିଧି ଗଙ୍ଗାଧର ହେର୍ଣ୍ଣା, ବ୍ଲକ ବିଏସ୍ଏସ୍ଓ ରିଙ୍କୁ ମେହେର ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ଏଥିରେ ବ୍ଲକର ବଡସାଇମରା ପଞ୍ଚାୟତର ୧୨୧, ବାନ୍ଧୁପଲା ୪୩, ବାଙ୍କେଲ ୮୫, ବେଲପଦର ୩୭, ବିଟାବନ୍ଧ ୨୪, ଚଲକି ୪୧, ଚଣାବାହାଲ ୬୨, ଡଙ୍ଗରପଡ଼ା ୫୫, ଗଡ଼ଗଡ଼ବାହାଲ ୩୯, ଗାଁରେଇ ୯୫, ଗୋଇମୁଣ୍ଡ ୫୭, ଗୁଡ଼ିଘାଟ ୬୬,ହଳଦୀ ୧୨୧, ଇଚ୍ଛାପଡ଼ା ୧୦୧, ଲଖନା ୬୮, ଲେବଡ଼ା ୮୬, ମାଲିଶିରା ୭୪, ମୁରିବାହାଲ ୬୩, ପତ୍ରାପାଲି(କ) ୭୦, ପତ୍ରାପାଲି(ଖ) ୧୯, ତେନ୍ତୁଳିଖୁଣ୍ଟି ୭୦ ଓ ଟୁପାଉଡ଼ାର ପଞ୍ଚାୟତର ୮୨ଜଣଙ୍କ ସହ ମୋଟ ୧୪୭୯ଜଣ ନୂତନ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ବ୍ଲକ କର୍ମଚାରୀ ଉପସ୍ଥିତ ଥିବା ବେଳେ ଜିଆର୍ଏ ସୁମନ କଲ୍ୟାଣ ରଣା ଓ ପ୍ରୋଗ୍ରାମ ଆସିଷ୍ଟାଣ୍ଟ ରାଜ ସିଂ ବାବୁ ସହଯୋଗ କରିଥିଲେ । ବ୍ଲକ ବିପିଏମ୍ ଗୋପାଳକୃଷ୍ଣ ଦୀପ ସଭା ସଂଯୋଜନା କରିଥିବା ବେଳେ ବିଏସଏସଓ ରିଙ୍କୁ ମେହେର ଧନ୍ୟବାଦ ଦେଇଥିଲେ ।