
- ଦାବି ପୂରଣ ନ ହେଲେ ୧୬ରେ ଆମରଣ ଅନଶନ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ଠାରେ ଆବାହକ ତଥା ସାଧାରଣ ସଚିବ ଅଲ୍ ଓଡିଶା କେକେଡି ହଟାଓ କ୍ରିୟାନୁଷ୍ଠାନ କମିଟି ଡିଙ୍ଗର କୁମ୍ଭାରଙ୍କ ନେତୃତ୍ୱରେ ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ରାଲିରେ ହଜାର ହଜାର ସଂଖ୍ୟାରେ ଦଳିତ ସମାଜର ପୁରୁଷ, ମହିଳା ଓ ଯୁବକମାନେ ଅଂଶଗ୍ରହଣ କରି ଡ. ବି. ଆର୍. ଆମ୍ବେଦକରଙ୍କ ନୀଳ ପତାକା ଓ ପୋଷ୍ଟର ଧରି ଏହି ରାଲି କରିଥିଲେ । ରାଲି ପରେ ସଂଗଠନର ପ୍ରତିନିଧିମାନେ ପାଟଣାଗଡ ଉପ-ଜିଲ୍ଲାପାଳଙ୍କ ମାଧ୍ୟମରେ ଜାତୀୟ ଅନୁସୂଚିତ ଜାତି ଆୟୋଗ ଅଧ୍ୟକ୍ଷ ଏବଂ ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବି ଗୁଡିକ ହେଲା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗଙ୍କ ତୁରନ୍ତ ପଦତ୍ୟାଗ, ଓଡିଶାର ଅନୁସୂଚିତ ଜାତି ତାଲିକାରୁ ଦେୱାର ସହିତ କେକେଡି ସମ୍ପ୍ରଦାୟକୁ ଅବୈଧ ଭାବରେ ଅନ୍ତର୍ଭୁକ୍ତ କରାଯାଇଥିବାରୁ ସେମାନଙ୍କୁ ତାଲିକାରୁ ବିଲୋପ କରାଯାଉ, ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଜନଜାତି ଉନ୍ନୟନ ବିଭାଗର ନଭେମ୍ବର ୨୫, ୨୦୨୬ ଚିଠି ଅନୁଯାୟୀ । ସଂଗଠନ ସ୍ପଷ୍ଟ କରିଛି ଯେ, ଏହି ଅବୈଧ ଭାବରେ ଅନ୍ତର୍ଭୁକ୍ତ ସମ୍ପ୍ରଦାୟକୁ ୩ ଦିନ ମଧ୍ୟରେ ଏସ୍ସି ତାଲିକାରୁ ବିଲୋପ କରାନଗଲେ ବହୁମୁଖୀ ବଡଧରଣର ଗଣ ଅନଶନ ଆସନ୍ତା ୧୬.୧୧.୨୦୨୬ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆରମ୍ଭ କରାଯିବ ବୋଲି ଶ୍ରୀ କୁମ୍ଭାର ପ୍ରକାଶ କରି ଜିଲ୍ଲା ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଏହି ଆନ୍ଦୋଳନ ଦଳିତ ସମାଜର ସମ୍ମାନ, ସମାନତା ଓ ସମ୍ବିଧାନିକ ଅଧିକାର ରକ୍ଷା ପାଇଁ ଚାଲିଛି ଏବଂ ସଂଗଠନ ସମସ୍ତ ସମ୍ବନ୍ଧିତ କର୍ତ୍ତୃପକ୍ଷ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଆହ୍ୱାନ କରିଛି ବୋଲି ଆବାହକ ତଥା ସାଧାରଣ ସଚିବ ଅଲ ଓଡିଶା କେକେଡି ହଟାଓ କ୍ରିୟାନୁଷ୍ଠାନ କମିଟି ଶ୍ରୀ କୁମ୍ଭାର କହିଛନ୍ତି ।