jayashree

ବାଞ୍ଜିପାଲିରେ ନିମ୍ବାର୍କ ଜୟନ୍ତୀ ପାଳିତ

ସୋନପୁର : ବିନିକା ବ୍ଲକ କଇଁନ୍ତୀରା ପଞ୍ଚାୟତ ବାଞ୍ଜିପାଲି ଗ୍ରାମରେ ୫୧୨୨ ତମ ନିମ୍ବାର୍କ ଜୟନ୍ତୀ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପୁରୀ ରାମଜୀ ମଠର ମହନ୍ତ ବଂଶୀଧର ଦାସଜୀ ମହାରାଜଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ସୋମବାର ଦିନ କଳସ ସ୍ଥାପନ କରାଯାଇଥିଲା । ମଙ୍ଗଳବାର ସକାଳେ ଯଜ୍ଞ ଆରମ୍ଭ ହୋଇଥିଲା । ଏଥିରେ ଯଜ୍ଞକର୍ତ୍ତା ଭାବେ ଗ୍ରାମର ଗୌନ୍ତିଆ ଅକ୍ଷୟ କୁମାର ନାୟକ ତାଙ୍କ ପତ୍ନୀ ପୁଷ୍ପାଞ୍ଜଳି ନାୟକ ଓ ପୂଜକ ଭାବେ ରାମାନୁଜ ପୂଝାରୀ ଦାୟିତ୍ୱ ତୁଳାଇଥିଲେ । ପରେ ଅଭ୍ୟର୍ଥନା ତଥା ଗୁରୁଦେବଙ୍କ ଗ୍ରାମ ପରିକ୍ରମା ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପରେ ପରେ ସାମୁହିକ ଗୋପାଳ ସହସ୍ର ନାମ ଓ ହଂସ ଗୀତା ପଠନ କରାଯାଇଥିଲା । ଏହି ଅବସରରେ ଦେବଙ୍କର ପାରମ୍ପରିକ ଦିବ୍ୟ ଅମୃତବାଣୀ ଶ୍ରବଣ ପରେ ବାର୍ଷିକ ବିବରଣୀ ପଠନ, ଆରତୀ, ପୁଷ୍ପାଞ୍ଜଳି ଅର୍ପଣ ଓ ଶାନ୍ତି ପାଠ କରାଯାଇ ଉଦଯାପନ କରାଯାଇଥିଲା । ନିମ୍ବାର୍କ ଜୟନ୍ତୀ ମହୋତ୍ସବ ଦେଖିବା ପାଇଁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପ୍ରାୟ ଆଠ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ କେନ୍ଦ୍ରୀୟ କମିଟି ଓ ନିମ୍ବାର୍କ ଜୟନ୍ତୀ ମହୋତ୍ସବ ମହାସମାରୋହ ସଭାପତି ସୁରେଶ କୁମାର ନାୟକ,ସଭାପତି ସେମନାଥ ମେହେର, ସମ୍ପାଦକ ନନ୍ଦିକିଶୋର ସା, ସହ ସମ୍ପାଦକ ଦୁର୍ଯ୍ୟୋଧନ ନାୟକ, କୋଷାଧ୍ୟକ୍ଷ ବାସୁଦେବ ମେର୍ଲ୍ଲି, ମନରଞ୍ଜନ ନାୟକ ଏହାକୁ ପରିଚାଳନା କରିଥିବାବେଳେ ବାଞ୍ଜିପାଲି ଗ୍ରାମବାସୀ ଓ ଅଞ୍ଚଳବାସୀ ସହଯୋଗ କରିଥିଲେ ।

Leave A Reply

Your email address will not be published.