ଜେଲ୍‌ରେ ୩୬ କଏଦୀ ଏଚ୍‌ଆଇଭି ପଜିଟିଭ୍‌ ଚିହ୍ନଟ

ଉତ୍ତରପ୍ରଦେଶ : ଜେଲ୍‌ରେ ବନ୍ଦ ଥିବା ୩୬ ଜଣ କଏଦୀ ଏଚ୍‌ଆଇଭି ପଜିଟିଭ ଚିହ୍ନଟ ହୋଇଛନ୍ତି । ଉତ୍ତରପ୍ରଦେଶ ଲକ୍ଷ୍ନୌର ଏକ ଜିଲ୍ଲା ଜେଲ୍‌ରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା । କଏଦୀମାନେ ଏଚ୍‌ଆଇଭିରେ ସଂକ୍ରମିତ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଏବଂ ଜେଲ୍ ପ୍ରଶାସନରେ ହଇଚଇ ସୃଷ୍ଟି ହୋଇଛି । ପଜିଟିଭ ଚିହ୍ନଟ ହୋଇଥିବା ସମସ୍ତ କଏଦୀଙ୍କୁ ତୁରନ୍ତ ଚିକିତ୍ସା କରାଯାଇ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରଖାଯାଇଛି । ୟୁପି ଏଡସ୍ କଣ୍ଟ୍ରୋଲ୍ ସୋସାଇଟିର ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ଲକ୍ଷ୍ନୌର ଜିଲ୍ଲା ଜେଲରେ ଏଚ୍ଆଇଭି ପରୀକ୍ଷା କରିଥିଲା । କଏଦୀମାନଙ୍କର ଏହି ପରୀକ୍ଷା ଡିସେମ୍ବର ୨୦୨୩ରେ କରାଯାଇଥିଲା । ଏବେ ରିପୋର୍ଟ ସାମ୍ନାକୁ ଆସିବା ପରେ ୩୬ ଜଣ କଏଦୀ ଏଚ୍.ଆଇ.ଭିରେ ସଂକ୍ରମିତ ଥିବା ଜଣାପଡିଛି । ଏହା ପରେ ଜେଲ ପ୍ରଶାସନ ଆକ୍ଟିଭ ମୁଡ୍‌କୁ ଆସିଛି । କଏଦୀମାନଙ୍କ କାଉନ୍‌ସିଲିଂ ଆରମ୍ଭ ହୋଇଛି । ଏ ସମସ୍ତ କଏଦୀ କିଭଳି ଏଚ୍‌ଆଇଭିରେ ସଂକ୍ରମିତ ହେଲେ ସେ ନେଇ ଯାଞ୍ଚ ଚାଲିଥିବା ଜଣାପଡିଛି ।

Leave A Reply

Your email address will not be published.

fourteen − twelve =

error: Content is protected !!