pakka

ହୁତୁ ହୁତୁ ହୋଇ ଜଳୁଛି ସେଣ୍ଟ୍ରାଲ୍ ଚିଲୀ

bbehera

ନୂଆଦିଲ୍ଲୀ : ଜଙ୍ଗଲରୁ ଜନବସତି ହୁ ହୁ ହୋଇଛି । ନିଆଁକୁ ଆୟତ୍ତ କରିବା ପ୍ରଶାସନ ପାଇଁ ମୁସ୍କିଲ୍ ହୋଇଛି । ଅଗ୍ନିକାଣ୍ଡ ଏବେ ଭୟଙ୍କର ରୂପ ଧାରଣ କରିଛି ଯେ, ୯୩ରୁ ଅଧିକ ଜଙ୍ଗଲ ଏବଂ ଏହାର ଆଖପାଖ ଅଞ୍ଚଳକୁ ବ୍ୟାପୀ ଯାଇଛି । ଜଙ୍ଗଳରେ ନିଆଁକୁ ନେଇ ଚିଲୀ ରାଷ୍ଟ୍ରପତି ଦୁଃଖ ପ୍ରକାଶ କରିଛନ୍ତି । ରବିବାର ଚିଲୀ ପ୍ରଶାସନ ପକ୍ଷରୁ ଦେଶବାସୀଙ୍କୁ ସମ୍ବୋଧିତ କରାଯାଇଛି । ନିଆଁର ଆଁ ଭିତରେ ଆସିଥିବା ସ୍ଥାନ ଗୁଡ଼ିକରେ କର୍ଫ୍ୟୁ ଜାରି କରାଯାଇଛି । ନିଆଁ ଆୟତ୍ତ କରିବାକୁ ସେନା ମୁତୟନ କରାଯାଇଛି । ନିଆଁ ଲିଭାଇବା କାର୍ଯ୍ୟରେ ହେଲିକପ୍ଟର ନିୟୋଜିତ ହୋଇଥିବା ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି । ଅଗ୍ନିକାଣ୍ଡରେ ଅଧିକାଂଶ ଲୋକ ନିଖୋଜ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସେପଟେ ଆହତଙ୍କ ଚିକିତ୍ସା ପାଇଁ ଡାକ୍ତରୀ ଟିମ୍ ନିୟୋଜିତ ହୋଇଛନ୍ତି ।

jay balangir
Leave A Reply

Your email address will not be published.

14 − 12 =