୩ଟି ଟ୍ରକ ଓ ୪ ବାଇକ ଆରୋହୀଙ୍କ ଉପରେ ମାଡ଼ିଗଲା ଲୁହାପଥର ବୋଝେଇ ଟ୍ରକ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଜୁଡ଼ିଆ ଘାଟି ନିକଟ ସାମଲ ମୋଟର ସମ୍ମୁଖରେ ଆଜି ସକାଳେ ସିରିଜ୍ ଦୁର୍ଘଟଣା ଘଟିଛି । ଏକ ଲୁହାପଥର ବୋଝେଇ ଟ୍ରକ ଦ୍ରୁତଗତିରେ ଆସି ୩ଟି ଟ୍ରକ ଏବଂ ୪ଟି ବାଇକକୁ ଧକ୍କା ଦେଇଛି । ଦୁର୍ଘଟଣାରେ ୭ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଆଜି ସକାଳେ ଲୁହାପଥର ବୋଝେଇ ଟ୍ରକଟି ଦ୍ରୁତଗତିରେ ଆସି ପ୍ରଥମେ ୩ଟି ଟ୍ରକକୁ ଧକ୍କା ଦେଇଥିଲା । ପରେ ୪ ଜଣ ବାଇକ ଆରୋହୀଙ୍କ ଉପରେ ମାଡ଼ି ଯାଇଥିଲା । ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି । ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭରକୁ ଅଟକ ରଖିବା ସହ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି । ବ୍ରେକ୍ ଫେଲ୍ ହେବା ଯୋଗୁ ଟ୍ରକଟି ଅନ୍ୟ ୩ଟି ଟ୍ରକ ଓ ୪ଟି ବାଇକକୁ ଧକ୍କା ଦେଇଥିବା କୁହାଯାଉଛି । ଲୁହାପଥର ବୋଝେଇ ଟ୍ରକଟି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାପଡ଼ିଛି ।

Leave A Reply

Your email address will not be published.

18 − 4 =

error: Content is protected !!