pakka

ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

bbehera

କଣ୍ଟାବାଞ୍ଜି, (ଗୁରୁଦୟାଲ ହଂସ) : କଣ୍ଟାବାଞ୍ଜି କେ.ଭି. କଲେଜ ପରିସରରେ ମଙ୍ଗଲବାର ଦିନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଶାରିରୀକ ଓ ମାନସିକ ବିକାଶ ପାଇଁ ଯୋଗାଭ୍ୟାସ ଏକ ମାତ୍ର ଉତ୍ତମ ମାଧ୍ୟମ । ଏଣୁ ଯୋଗାଭ୍ୟାସକୁ ଏକ ଅଭ୍ୟାସରେ ପରିଣତ କରିବା ପାଇଁ ଅଧ୍ୟକ୍ଷ ସତ୍ୟବ୍ରତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆହ୍ୱାନ ଦେଇଥିଲେ । ଏହି ଅବସରରେ ବଙ୍ଗୋମୁଣ୍ଡା ପଞ୍ଚାୟତ ଜୁନିୟର କଲେଜର ଅଧ୍ୟାପକ ତଥା ଯୋଗଗୁରୁ ନରୋତ୍ତମ ପଣ୍ଡା ବିଭିନ୍ନ ଯୋଗାସନ କରି ତାର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପିକା, ଅଧ୍ୟାପକ ଯୋଗ ଦେଇଥିଲେ । ଏହାର ଆୟୋଜନ ଖେଳ ଶିକ୍ଷକ ଧନଞ୍ଜୟ ପ୍ରଧାନ, ଗ୍ରନ୍ଥାଗାର ମନିଷ କୁମାର ମହାନ୍ତି, ଅଧ୍ୟାପକ ରୋହିତ କିଶୋର କୁମ୍ଭାର, ଲୋହିତାକ୍ଷ ଯୋଷୀ, ଯଶୋବନ୍ତ ନାରାୟାଣ ମିଶ୍ର ସହ ଅନ୍ୟ ଅଧ୍ୟାପିକା, ଅଧ୍ୟାପକ ତଥା ଅଧ୍ୟୟନରତ ଛାତ୍ରୀଛାତ୍ର ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

4 × three =