ଖଟିଆରେ ବୁହା ହେଲେ ଗର୍ଭବତୀ

ନୂଆପଡା, (ନିରାକାର ମେହେର) : ସ୍ୱାଧୀନତାର ୭୭ ବର୍ଷ ପରେ ଓ ରାଜ୍ୟ ସରକାରଙ୍କ ଦୀର୍ଘ ୨୪ ବର୍ଷର ସ୍ଥାୟୀ ଶାସନ ପରେ ମଧ୍ୟ ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ନାଗପଡ଼ା ଗ୍ରାମ ପଞ୍ଚାୟତର ଭୁଇଁପାନି ଗାଁକୁ ନାହିଁ ରାସ୍ତା । ଯାହା ଫଳରେ ସାଧାରଣ ଲୋକଙ୍କ ଯାତାୟାତ ଦୁର୍ବିସହ ହୋଇଯାଇଥିବା ବେଳେ ରୋଗୀ, ଗର୍ଭବତୀଙ୍କ ପାଇଁ ଜୀବନ ଆହୁରି ବିପଦ ହୋଇଯାଇଛି । ବାରମ୍ଵାର ବ୍ଲକ ଠାରୁ ନେଇ ଜିଲ୍ଲା ପ୍ରଶାସନ ସହ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ହେଁ ସରକାରଙ୍କ ନିଦ ଭାଙ୍ଗି ପାରିନାହିଁ । ପୁଣି ଆଜି ଏହି ଅଞ୍ଚଳରୁ ଏକ ଅଭାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି । ଭୁଇଁପାନି ଗାଁର ଖୋଲିଭିତର ପଡ଼ାର ଧନେଶ୍ଵର ଚିନ୍ଦାଙ୍କ ସ୍ତ୍ରୀ ହେମୀ ଚିନ୍ଦାଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ, ହେଲେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଝରଣାମାଲ ଗାଁ ନିକଟରେ ଅଟକି ରହିଥିଲ । ପରିବାର ଲୋକଙ୍କ ସହ ଗାଁର କିଛି ଯୁବକ ଗର୍ଭବତୀ ହେମି ଚିନ୍ଦାଙ୍କୁ ଏକ ଖଟିଆରେ ଦୋଲିଫାନ୍ଦି ପାଖାପାଖି ଦୁଇ କିଲୋମିଟର ବୋହି ଆଣି ଆମ୍ବୁଲାନ୍ସ ଯୋଗେ ସ୍ଥାନୀୟ ଭେଲା ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଛନ୍ତି । ଗାଁକୁ ଭଲ ରାସ୍ତା ନିର୍ମାଣ ନେଇ ବାରମ୍ବାର ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି । ହେଲେ ପ୍ରଶାସନ ସବୁଜାଣି ମଧ୍ୟ ନିରବଦ୍ରଷ୍ଟା ସାଜିଛି ।

Leave A Reply

Your email address will not be published.

15 + seventeen =