om academy

୨୦୨୪ ସାଧାରଣ ନିର୍ବାଚନ ପାଇଁ ପୋଲିସ ଓ ଆଇଟିବିପିର ଫ୍ଲାଗମାର୍ଚ୍ଚ

ସିନାପାଲି, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ତରଫରୁ ୨୦୨୪ ସାଧାରଣ ନିର୍ବାଚନ ପାଇଁ ଫ୍ଲାଗମାର୍ଚ୍ଚ ସଚେତନତା ରେଲି କରାଯାଇଥିଲା । ଜିଲ୍ଲା ପ୍ରଶାସନିକ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସିନାପାଲି ଥାନାଧିକାରୀ ଶ୍ରୀମତୀ ରଶ୍ମିତା ପ୍ରଧାନଙ୍କ ନେତୃତ୍ୱରେ ପ୍ରଥମେ ସିନାପାଲି ଥାନାରୁ ବାହାରି ନେହେରୁ ମଣ୍ଡପ, ଗୁଡ଼ିଆଛକ, ତ୍ରିନାଥଛକ,ଶ୍ରୀରାମଛକ, ଯୁଗେନପଦର, ଭାଟିଛକ, ଜଗନ୍ନାଥଛକ, ନାକାଛକ, କାପସିଛକ ଓ ଗୋଡ଼ାଲ ଗ୍ରାମରେ ଫ୍ଲାଗମାର୍ଚ୍ଚ ସଚେତନତା ରେଲି ପରିକ୍ରମା କରିଥିଲେ । ଚଲିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ଆସନ୍ତା ମେ ୧୩ ତାରିଖ ସିନାପାଲି ଥାନା ଅଧିନସ୍ଥ ୧୦୧ ଗୋଟି ସ୍ଥାନରେ କିଭଳି ଶାନ୍ତି ଶୁଙ୍ଖଲା ସହ ନିରପେକ୍ଷ ନିର୍ବାଚନ ହୋଇ ପାରିବ ତାହା ଜନସାଧାରଣଙ୍କୁ ସଚେତନ କରିଥିଲେ । ଏହି ନିର୍ବାଚନ ପାଇଁ ସିନାପାଲି ପୋଲିସ ତରଫରୁ ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଥିବା ଜଣାପଡିଛି । ଏହି ଫ୍ଲାଗମାର୍ଚ୍ଚ ରେଲିରେ ସିନାପାଲି ଥାନା ସବ୍ ଇନେସ୍ପେକ୍ଟର ମନୋଜ କୁମାର ସାହୁ, ଏଏସ୍‌ଆଇ ବିଘ୍ନରାଜ ମାଝି, ଟାଉନ୍‌ ହବଳଦାର ଅଭିରାମ ଘିଭେଲା ସମେତ ଆଇଟିବିପି ଯବାନ ଇନେସ୍ପେକ୍ଟର ଖାଳିପ ଖାନ ଓ ତାଙ୍କ ଂହ ୪୦ଜଣ ଆଇଟିବିପି ଯବାନ ଅସ୍ତ୍ର ଶସ୍ତ୍ର ଧରି ସାମିଲ ଥିଲେ ।

Leave A Reply

Your email address will not be published.

two × three =