om academy

ଖଡ଼ିଆଳ ଠାରେ ବିଜେପିର ଜଣେ କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନ୍‌ରେ ଧମକ୍‌ ଦେଇଥିବା ଅଭିଯୋଗ

ଖଡିଆଳ, (ନିରାକାର ମେହେର) : ନୂଆପଡା ଜିଲ୍ଲା ଖଡ଼ିଆଳ ଠାରେ ଜଣେ ବିଜେପି କର୍ମୀଙ୍କୁ ଜଣେ ଅଧ୍ୟାପକ ଫୋନରେ ଧମକ୍‌ ଦେଇଥିବା ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା । ଖଡ଼ିଆଳ ଠାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ବିଜେପି ଜିଲ୍ଲା ଉପସଭାପତି ମୋହନ ଭୋଇ ଅଧ୍ୟକ୍ଷତା କରିଥିବା ବେଳେ ବରିଷ୍ଠ କର୍ମୀ ପ୍ରିୟରଞ୍ଜନ ମେହେର ସୂଚନା ପ୍ରଦାନ କରିଥିଲେ । ଅଭିଯୋଗ ଅନୁଯାୟୀ ସିନାପାଲି ବ୍ଲକ୍‌ କୋଟାମାଲ ଗ୍ରାମର ଗଗନ ବିହାରୀ ଧାକଡ ଯିଏ କି ଜଣେ ବିଜେପି କର୍ମୀ ତାଙ୍କୁ ସିନାପାଲି କଲେଜର ଇତିହାସ ଅଧ୍ୟାପକ ବ୍ରଜ ମୋହନ ଧାକଡ ଫୋନ୍‌ରେ ଧମକ ଦେଇଥିଲେ । ତୁ ବିଜେପିର ପ୍ରଚାର କରୁଛୁ, ତୋତେ ଗାଆଁରୁ ବାହାର କରିଦେବି, ତୁ ଜୁନାଗଡ଼ ବିଧାୟକ ଦିବ୍ୟ ଶଙ୍କର ମିଶ୍ରଙ୍କ ଏରିଆ ରେ ଦୋକାନ ଦେଇଛୁ, ତାଙ୍କୁ କହି ଦୋକାନ ଭାଙ୍ଗିଦେବି ଆଦି ସେ ଫୋନରେ କହିଥିବା ଶୁଣିବାକୁ ମିଳୁଛି । ଏନେଇ ଗଗନ ଓ ବିଜେପି କାର୍ଯ୍ୟକର୍ତ୍ତା ସିନାପାଲି ଥାନାରେ ଏଫ୍. ଆଇ. ଆର୍‌ ଦେଇଛନ୍ତି । ଜଣେ ସରକାରୀ କର୍ମଚାରୀ ହୋଇ ବିଜେଡ଼ି ପାଇଁ କାମ କରୁଥିବାରୁ ତାଙ୍କୁ ନିଲମ୍ବିତ ସହ ଧମକ ଚମକ ଦେଉଥିବାରୁ ବିହିତ କାର୍ଯ୍ୟାନୁଷ୍ଠାନ ପାଇଁ ବିଜେପି ତରଫରୁ ଦାବି କରାଯାଇଛି ।

Leave A Reply

Your email address will not be published.

14 + 11 =