କଂଗ୍ରେସ ଛାଡି ବିଜେଡିରେ ମିଶିଲେ ବିଡିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଡ଼ିଘାଟ ପଞ୍ଚାୟତର ୬୦ରୁ ଅଧିକ ବ୍ୟକ୍ତି କଂଗ୍ରେସ ଛାଡି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ସେହିପରି ଚୁଡ଼ାପାଲିର ପୂର୍ବତନ ସରପଞ୍ଚ ଭାଗିରଥି ଘିଭେଲା ମଧ୍ୟ ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଡ଼ିଘାଟ ସରପଞ୍ଚ ନନ୍ଦିତା କଲେତଙ୍କ ନେତୃତ୍ଵରେ ବଲାଙ୍ଗିର ବିଜେଡ଼ି ବିଧାୟକ ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓଙ୍କ ବିକାଶ କାର୍ଯ୍ୟକୁ ଦେଖି ବିଜେଡ଼ିରେ ମିଶିଛନ୍ତି । ବିଜେଡ଼ି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନିର୍ମଳ ଶାସନ ଓ ନୀତି ଆଦର୍ଶରେ ବିକାଶର କାମରେ ଅନୁପ୍ରାଣିତ ହୋଇ ସେମାନେ ବିଜେଡ଼ିରେ ସାମିଲ୍‌ ହୋଇଥିବା ମତବ୍ୟକ୍ତ କରିଛନ୍ତି । ନୂତନ ଭାବେ ବିଜେଡ଼ିରେ ଯୋଗଦାନ କରିଥିବା ସଦସ୍ୟମାନେ ଆହୁରି କହୁଛନ୍ତି ଯେ, ବିଜେଡ଼ି ତୃଣମୂଳ ସ୍ତରରେ ବିକାଶକୁ ଗୁରୁତ୍ୱ ଦେବା ସହ ଓଡ଼ିଶାବାସୀଙ୍କୁ ସମସ୍ତ ଦିଗରେ ସମୃଦ୍ଧ କରିବା ପାଇଁ କାମ କରୁଛି । ବିଜେଡ଼ିର ଏଭଳି ଜନହିତକର କାର୍ଯ୍ୟକ୍ରମରେ ଅନୁପ୍ରାଣିତ ହୋଇ ବିଜେଡ଼ିକୁ ଆହୁରି ବଳିଷ୍ଠ କରିବା ପାଇଁ ସମସ୍ତେ ବିଜେଡ଼ିରେ ମିଶିଛନ୍ତି । କଳିକେଶ ନାରାୟଣ ସିଂହଦେଓ ସମସ୍ତ ନୂତନ ସଦସ୍ୟମାନଙ୍କୁ ଉତ୍ତରୀୟ ଦେଇ ସ୍ୱାଗତ ଜଣାଇଛନ୍ତି । ଏହି ଅବସରରେ ବିଡ଼ିଘାଟର ନାଏକ ସରପଞ୍ଚ କୃଷ୍ଣ ଚନ୍ଦ୍ର ଭୋଇ, ୱାର୍ଡ଼ ମେମ୍ବର ଲକ୍ଷ୍ମୀଧର ଭୋଇ, ସଦାନନ୍ଦ ମଲ୍ଲିକ, ନିତ୍ୟାନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.

3 × 5 =

error: Content is protected !!