ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଜୋର୍‌ସୋର୍‌ ପ୍ରଚାର

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲର ବିଭିନ୍ନ ଗ୍ରାମରେ ବିଜେଡ଼ି ପକ୍ଷରୁ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ଖପ୍ରାଖୋଲ ବ୍ଲକର ନଗେନ୍‌ମାଲ ସହ ବିଭିନ୍‌ନ୍ନ ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜଙ୍କ ନିର୍ବାଚନୀ ପ୍ରଚାର ବେଶ୍‌ ଜମିଥିବା ସୂଚନା ରହିଛି । ଖପ୍ରାଖୋଲ ବ୍ଲକ ଲୁହାସିଂହା, ଗୌଡ଼ପାଲି, ଜୁରିଆ ଆଦି ଗ୍ରାମରେ ବିଧାୟକ ପ୍ରାର୍ଥୀ ସରୋଜ ମେହେର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇଙ୍କ ମିଳିତ ନିର୍ବାଚନୀ ପ୍ରଚାର ଚାଲିଥିଲା । ଏହି କ୍ରମରେ ଜୁରିଆ ଗ୍ରାମରେ ନୂତନ ବିଜୁ ଜନତା ଦଳ କାର୍ଯ୍ୟାଳୟର ଶୁଭାରମ୍ଭ ବିଧାୟକ ପ୍ରାର୍ଥୀ କରିଥିଲେ ସରୋଜ ମେହେର ଓ ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ ।

Leave A Reply

Your email address will not be published.

seven − 6 =