ପ୍ରତି ପଞ୍ଚାୟତକୁ ଗଡିବ ‘ମୋ ବସ୍‌’ : ପରିବହନ ସଚିବ ଊଷା ପାଢ଼ୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପ୍ରତି ପଞ୍ଚାୟତକୁ ଗଡିବ ‘ମୋ ବସ୍‌’ । ଏନେଇ ସୂଚନା ଦେଇଛନ୍ତି ପରିବହନ ସଚିବ ଊଷା ପାଢ଼ୀ । ସେ କହିଛନ୍ତି ଯେ, ପ୍ରତି ପଞ୍ଚାୟତକୁ ‘ମୋ ବସ୍‌’ ଚଲାଇବାକୁ ନିଷ୍ପତ୍ତି ନିଆଯାଇଛି । ବ୍ଲକ୍‌ ମୁଖ୍ୟାଳୟରୁ ପ୍ରତି ପଞ୍ଚାୟତକୁ ଗଡ଼ିବ ‘ମୋ ବସ୍‌’ । ‘ଲକ୍ଷ୍ମୀ’ ସ୍କିମ ମାଧ୍ୟମରେ ବସ୍‌ ସେବା ଆରମ୍ଭ ହେବ ବୋଲି ଜଣାପଡିଛି । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଆରମ୍ଭ ହେବ ବସ୍‌ ସେବା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ବସ୍‌ ସେବା ଆରମ୍ଭ ହେବ ବୋଲି ଶ୍ରୀମତୀ ପାଢ଼ୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

three × one =