ପିଇଓଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଭତ୍ତା ପାଇବାରୁ ବଂଚିତ ହେଲେ ଭୁତିଆରବାହାଲ ଗ୍ରାମ ପଂଚାୟତର ବୃଦ୍ଧ ବୃଦ୍ଧା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସଦର ବ୍ଲକର ଦ୍ୱାରସ୍ଥ ହୋଇ ବିଡିଓଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଛନ୍ତି ଭୁତିଆରବାହାଲ ଗ୍ରାମ ପଂଚାୟତର ବୃଦ୍ଧ ଓ ବୃଦ୍ଧାମାନେ । ବୃଦ୍ଧ ବୃଦ୍ଧାମାନଙ୍କ ଅଭିଯୋଗ ଅନୁସାରେ ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମ ପଂଚାୟତରେ ଥିବା ବୃଦ୍ଧ ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗଙ୍କୁ ସରକାର ପ୍ରତିମାସ ଭତ୍ତା ଦେଉଛନ୍ତି । ହେଲେ ଏହି ପଂଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କ ଖାମଖିଆଲି ମନେଭାବ ଯୋଗୁଁ ଭତ୍ତା ନପାଇ ବାଧ୍ୟ ହୋଇ ସଦର ବ୍ଲକର ଦ୍ୱାରସ୍ଥ ହୋଇଛନ୍ତି ବୃଦ୍ଧ ଓ ବୃଦ୍ଧମାନେ । ବିଡିଓଙ୍କୁ ଏ ସଂକ୍ରାନ୍ତୀୟ ଏକ ଦାବୀପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.

sixteen − 15 =