ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ସଂକ୍ରୀ ଗ୍ରାମରେ ପୋଖରୀ ସଫେଇ ଅଭିଯାନ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରଣାଳୟ ଭାରତ ସରକାରଙ୍କ ତରଫରୁ ଓ ନେହେରୁ ଯୁବାକେନ୍ଦ୍ରର ‘ମିଶନ ଲାଇଫଷ୍ଟାଇଲ ଫର୍ ଏନ୍‌ଭାରମେଣ୍ଟ’ କାର୍ଯ୍ୟକ୍ରମ ତରଫରୁ ଗାଁରେ ଥିବା ନୂଆଁମୁଡ଼ା ପୋଖରୀକୁ ସମଲେଶ୍ଵରୀ ପାଠାଗାର ଏବଂ ଜ୍ୟୋତି ସ୍ପୋଟିଂ ସହଯୋଗରେ ସଫେଇ କରାଯାଇଥିଲା । ପୋଖରୀ ଚାରିପଟେ ବୁଲି ପ୍ଲାଷ୍ଟିକ ଜରି, ବୋତଲ, ଅଳିଆ ଆବର୍ଜ୍ଜନା, ପୋଖରୀ ଘାଟ ପାଖ ଜଗଲ୍‌କୁ ସଫା କରାଯାଇଥିଲା । ଯେଉଁଥିରେ ୱାର୍ଡ ମେମ୍ବର ଦୁର୍ଯ୍ୟୋଧନ ପାଣ୍ଡେ, ଅଜିତ ମହାକୁର, ଦିବ୍ୟ କିଶୋର ପଟେଲ୍, ମୁକେଶ ସେଠ, ଲକ୍ଷ୍ମୀକାନ୍ତ ପାଣ୍ଡେ, ରାଜେଶ ପଟେଲ ଏବଂ ଉଭୟ କ୍ଲବ ସଦସ୍ୟମାନେ ସହଯୋଗ କରିଥିଲେ । ଜିଲ୍ଲା ଯୁବ ଅଧିକାରୀ ରୋସନ୍ ଟଣ୍ଡନ ଓ ଉପଦେଷ୍ଟା ତ୍ରିଲୋଚନ ଶତପଥୀଙ୍କ ତତ୍ତ୍ଵାବଧାନରେ ସ୍ଵେଚ୍ଛାସେବୀ ଦୁର୍ଯ୍ୟୋଧନ ପାଣ୍ଡେଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଗାମୀ ଦିନରେ ଏପରି କାର୍ଯ୍ୟକ୍ରମକୁ ଆଗେଇ ନେବେ ବୋଲି ସମସ୍ତେ ମନସ୍ତ କରିଥିଲେ ।

Leave A Reply

Your email address will not be published.

five × 5 =