pakka

ସିଆରପିଏଫ୍‌ ଦ୍ୱାରା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲାର ବିଭିନ୍ନ ସ୍ଥାନରେ ମାଓ ଦମନ ପାଇଁ ସରକାରଙ୍କର ତରଫରୁ ପଦ୍ମପୁର ଉପଖଣ୍ଡର ଅନେକ ସ୍ଥାନରେ ସିଆରପିଏଫର ୧୮୯ ବଟାଲିଅନର ଯବାନ ମାନଙ୍କୁ ମୁତୟନ କରାଯାଇଛି । ମୁଖ୍ୟତଃ ପଦ୍ମପୁର ଉପଖଣ୍ଡର ପାଇକମାଲ, ବରତୁଣ୍ଡା, କେର୍ମେଲାବାହାଲ ଓ ଜଗଦଲପୁର ଠାରେ ସିଆରପିଏଫ୍‌ର ୧୮୯ ବଟାଲିଅନର ଯବାନ ମାନେ ମୁତୟନ ଅଛନ୍ତି । ଅଞ୍ଚଳରେ ମାଓ ଦମନ ସହିତ ଅନେକ ସମୟରେ ସିଭିକ ଆକ୍ସନ ପ୍ରୋଗ୍ରାମ ମାଧ୍ୟମରେ ଯବାନ ମାନେ ଲୋକଙ୍କ ସେବା କାର୍ଯ୍ୟ କରିଥାନ୍ତି । ଆଜି ପାଇକମାଲ ମୁଖ୍ୟ ଛକ ଠାରେ ୧୮୯ ବଟାଲିଅନର ମୁଖ୍ୟ ପବନ କୁମାର ତିବାରିଙ୍କର ନିର୍ଦେଶ କ୍ରମେ ବରତୁଣ୍ଡା କେମ୍ପର ଆସିଷ୍ଟାଣ୍ଟ କମାଣ୍ଡିଙ୍ଗ ଅଫିସର ସୁରେନ୍ଦ୍ର କୁମାରଙ୍କର ପ୍ରତ୍ୟକ୍ଷ ତତ୍ୱବାଧାନରେ ପାଇକମାଲ ଓ ବରତୁଣ୍ଡା କେମ୍ପର ଯବାନ ମାନେ ଟ୍ରାଫିକ ସଚେତନତା ଅଭିଯାନ କରିଥିଲେ । ବିନା ହେଲମେଟରେ ଯାଉଥିବା କିମ୍ବା ବିନା ସିଟ ବେଲ୍ଟ ଧାରଣ କରି ଯାଉଥିବା ଚାଳକ ମାନଙ୍କୁ ବିଭିନ୍ନ ବାର୍ତ୍ତା ଦେଇ ସଚେତନ କରାଯିବା ସହିତ ହେଲମେଟ ନ ପିନ୍ଧିବା ତଥା ଟ୍ରାଫିକ ନିୟମ ନ ମାନିବାର ପରିଣାମ ବାବଦରେ ମଧ୍ୟ ଅବଗତ କରାଯାଇଥିଲା । ଏହି କାର୍ୟ୍ୟକ୍ରମରେ ଇନ୍ସପେକ୍ଟର ରଜାକ ଅଲି, ସବିନ୍ସପେକ୍ଟର ଏମ ଟି ଜଗଦୀଶ, ଏସ୍‌ଆଇ ନୁରୂଲ ଇସଲାମ, ଏସ୍‌ଆଇ ଗଙ୍ଗାରାମ, ଏଏସ୍‌ଆଇ ପି. କେ ସିଂଦେଓ, ଏଏସ୍‌ଆଇ ପି ଓରାମ ଓ ପାଇକମାଲ ଥାନା ଅଧିକାରୀ ବିଶ୍ୱଜିତ ମନୋବଧଙ୍କ ସମେତ ଅନେକ କର୍ମଚାରୀ ଅଂଶଗ୍ରହଣ କରି ଲୋକଙ୍କୁ ଟ୍ରାଫିକ ନିୟମ ଓ ଏହାର ଉପକାରୀତା ବାବଦରେ ବୁଝାଇ ଥିଲେ । ଜବାବ ମାନଙ୍କର ଏହି ପ୍ରକାର ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି ।

Leave A Reply

Your email address will not be published.

20 − sixteen =